-
ସୋନପୁର ସବୁଠୁ ଥଣ୍ଡା ସହର
ଭୁବନେଶ୍ୱର– ଧିରେ ଧିରେ ପାରଦ ଖସିବା ସହ ଥଣ୍ଡା ବି ବଢି ଚାଲିଛି । ବିଶେଷ କରି ପଶ୍ଚିମ ଓଡିଶାରେ ତାପମାତ୍ରା କମୁଛି । ଆଜି ସୋନପୁର ରାଜ୍ୟର ସବୁଠାରୁ ଥଣ୍ଡା ସହର ରହିଛି । ଏଠାରେ ୯.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟର ମୋଟ ୬ଟି ସ୍ଥାନର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ ଦାରିଙ୍ଗବାଡି ରେ୯.୫ ଡିଗ୍ରୀ , ଫୁଲବାଣୀ ୧୦.୦ ଡିଗ୍ରୀ, ଅନୁଗୁଳ ରେ ୧୧. ୦ ଡିଗ୍ରୀ, କୋରାପୁଟରେ ୧୧.୨ ଡିଗ୍ରୀ, ଭବାନୀପାଟଣାରେ ୧୧.୪ ଡିଗ୍ରୀ, ଝାରସୁଗୁଡାରେ ୧୩.୪ ଡିଗ୍ରୀ ତାଳଚେର ୧୩.୫ ଡିଗ୍ରୀ ,କେନ୍ଦୁଝରରେ ୧୪.୪ ଡିଗ୍ରୀ , ବଲାଙ୍ଗୀରରେ ୧୪.୦ ଡିଗ୍ରୀ ଏବଂ ମାଲକାନଗିରିରେ ୧୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଭୁବନେଶ୍ୱର ରେ ୧୬.୩ ଡିଗ୍ରୀ ଏବଂ କଟକ ରେ ୧୬.୦ ତାପମାତ୍ରା ରେକର୍ଡ ହୋଇଛି ।