ନୂଆଦିଲ୍ଲୀ- ଦେଶରେ ଗତ ୨୪ଘଂଟା ମଧ୍ୟରେ ୪୫,୬୭୪ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଗତ ୨୪ ଘଂଟା ମଧ୍ୟରେ ୫୫୯ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫,୦୭,୭୫୪ରେ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫,୧୨,୬୬୫ ଥିବା ବେଳେ ବର୍ତମାନ ସୁଦ୍ଧା ୧,୨୬,୧୨୧ ଜଣ ମୃତ୍ୟୁ ବରଣ କରିଛନ୍ତି ।