-
ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ବୃତିରାଶି କାଟ ପ୍ରସଙ୍ଗ
ଯେଉଁ ବି-ଟେକ୍ ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ୬୦ ହଜାର ଟଙ୍କା ବୃତି ମିଳୁଥିôଲା, ଏବେ ତାହା କମି ୨୫ ହଜାରରେ ପହଂଚିଥିବା ବେଳେ ଏମ୍.ଟେକ୍ ୬୬ ହଜାର ପରିବର୍ତେ ୨୫ ହଜାର, ବିଏଏମ୍ଏସ୍ ୪୫ ହଜାର ପରିବର୍ତେ ୨୫ ହଜାର, ଏମ୍ବିଏ ୬୫ ହଜାର ପରିବର୍ତେ ୨୫ ହଜାର, ଏମ୍ସିଏ ୪୦ ହଜାର ପରିବର୍ତେ ୨୫ ହଜାର, ବିଏଚ୍ଏମ୍ଏସ୍ ୪୦ ହଜାର ପରିବର୍ତେ ଏହା କମି ୭୨୦୦ ଟଙ୍କାରେ ପହଂଚିଛି । ସେହିପରି ବହୁ କୋର୍ସର ବୃତିରାଶି କମାଇ ଦିଆଯାଇଛି । ଏହି ପରିସ୍ଥିତିରେ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀମାନେ କିପରି ପାଠ ପଢ଼ିବେ ତାହା ସନ୍ଦେହ ସୃଷ୍ଟି କରୁଛି । ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷରେ ପୁରୁଣା ବୃତିରାଶି ପାଇଛନ୍ତି, ଏବେ ସେମାନେ ଆସନ୍ତା ବର୍ଷମାନଙ୍କରେ ଏତେ କମ୍ ରାଶି ପାଇ କେମିତି ପାଠ ପଢିବେ ତାହାକୁ ନେଇ ଦୃଢ଼ ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି ଡ. ଲେଙ୍କା । ଓଡିଶା ସରକାର ପ୍ରତିଟି ବିଲ୍ରେ କେନ୍ଦ୍ର ସରକାରକୁ ଦୃଢ଼ ସମର୍ଥନ କରିଆସିଛନ୍ତି ରାଜ୍ୟ ସରକାର । କିନ୍ତୁ ଏ କ୍ଷେତ୍ରରେ କ’ଣ ପାଇଁ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ତେଣୁ ଏଥିରୁ ପ୍ରମାଣିତ ଉଭୟ ସରକାର ଆଦିବାସୀ ଓ ଦଳିତ ବିରୋଧୀ । ଯଦି ଆଗାମୀ ଦିନରେ ଉଭୟ ସରକାର ଏହାର ଉତର ରଖିବା ସହ ଏହି ବୃତି ରାଶିକୁ ବଢ଼ାଇ ପୁରୁଣା ବୃତିରାଶି ଅନୁସାରେ ନ ଦିଅନ୍ତି ତେବେ ଯୁବ କଂଗ୍ରେସ ଓଡିଶାର ସମସ୍ତ ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବା ସହ ଉଭୟ ସରକାରଙ୍କ ମନ୍ତ୍ରୀଙ୍କୁ ଘୋର ବିରୋଧ କରାଯିବ ବୋଲି ଡ. ଲେଙ୍କା ଚେତାବନୀ ଦେଇଛନ୍ତି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଂକୁନା କହଁର, ରଂଜିତ ପାତ୍ର, ସ୍ୱାଗତ କର, ନଳିନୀକାନ୍ତ ନାୟକ, ଅମ୍ରିତା ଦାସ, ବିଶ୍ୱରଂଜନ ଦାସ, ଆଦିତ୍ୟ ପ୍ରସାଦ ପରିଡା, ସୁଦୀପ୍ କର, ରିତୁଲ୍ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।