ରୋ–ପାକ୍ସ ଜଲତରୀ ବା ଭଏଜ ସିମ୍ଫୋନୀ ଏକ ତିନି ଡେକ୍ସ ବିଶିଷ୍ଟ ତରୀ ଯାହାକି 2500 ରୁ 2700 ଟନ ଓ ଏହା 12000 ରୁ 15000 ଜିଟି ଅପସାରଣ କରିପାରିବ । ଏହାର ମୁଖ୍ୟ ଡେକରେ 30 ଟ୍ରକ ବା 50 ଟନ ପର୍ଯ୍ୟନ୍ତ ମାଲ ପରିବହନର କ୍ଷମତା ରହିଥିବା ବେଳେ ଉପର ଡେକରେ 100 ଯାତ୍ରୀ ଓ ପାସେଞ୍ଜର ଡେକରେ 500 ଯାତ୍ରୀ, 34ଜଣ କର୍ମଚାରୀ ଓ ଅନ୍ୟାନ୍ୟ ସେବାକାରୀ ରହିପାରିବେ ।
ହାଜିରା ଘୋଗା ରୋ–ପାକ୍ସ ନୌସେବା ଯୋଗୁଁ ଅନେକ ସୁବିଧା ଉପଲବ୍ଧ ହେବ । ଏହା ପଶ୍ଚିମ ଗୁଜରାଟ ଓ ସୌରାଷ୍ଟ୍ର ମଧ୍ୟରେ ପ୍ରବେଶ ଦ୍ଵାର ଭାବେ କାର୍ଯ୍ୟ କରିବ । ଏହି ନୌସେବା ଯୋଗୁଁ ଘୋଗା ଏବଂ ହାଜିରା ମଧ୍ୟରେ ଦୂରତ୍ଵ 370 ରୁ 90 କିଲୋମିଟରକୁ ହ୍ରାସ ପାଇବ । ଏହି ପଣ୍ୟଦ୍ରବ୍ୟ ଓ ଯାତ୍ରୀ ପରିବହନ ଯୋଗୁଁ ସମୟ 10 ରୁ 12 ଘଣ୍ଟା ଲାଗୁଥିବା ବେଳେ ଏବେ ଏହା ମାତ୍ର 4 ଘଣ୍ଟାରେ ସମାପ୍ତ ହୋଇପାରିବ । ଏହି ସେବା ଯୋଗୁଁ ଦିନକୁ ପ୍ରାୟ 9000 ଲିଟର ପର୍ଯ୍ୟନ୍ତ ଇନ୍ଧନ ବଞ୍ଚିବା ସହ ପରିବହନ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ବହୁ ପରିମାଣରେ ହ୍ରାସ ପାଇବ । ହାଜିରା ଘୋଗା ପଥରେ ଏହି ନୌସେବା ଦିନକୁ 3ଥର ସମ୍ପନ୍ନ ହୋଇପାରିବ । ଏଥିଯୋଗୁଁ ବାର୍ଷିକ 5 ଲକ୍ଷ ଯାତ୍ରୀ, 80 ହଜାର ଯାତ୍ରୀବାହି ଯାନ, 50 ହଜାର ଦୁଇ ଚକିଆ ଯାନ ଓ 30 ହଜାର ଟ୍ରକ ପରିବହନ କରାଯାଇପାରିବ । ଏହା ଟ୍ରକ ଚାଳକମାନଙ୍କ କ୍ଲେଶ ହ୍ରାସ କରିବା ସହ ସେମାନଙ୍କୁ ଅଧିକ ଯାତ୍ରା ସୁବିଧା ଦେଇ ଆୟ ବୃଦ୍ଧିରେ ମଧ୍ୟ ସହାୟକ ହେବ । ଏହାଫଳରେ ଦିନକୁ ହାରାହାରି 24 ମେଟ୍ରିକ ଟନ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ବାଷ୍ପ ବାୟୁ ମଣ୍ଡଳକୁ ନଛାଡି ବାର୍ଷିକ 8,653 ମେଟ୍ରିକ ଟନ ବାଷ୍ପକୁ ବାୟୁ ମଣ୍ଡଳରେ ମିଶିବାରୁ ରକ୍ଷା କରିବ । ସୌରାଷ୍ଟ୍ର ଅଞ୍ଚଳ ସହ ଯୋଗାଯୋଗ ସହଜ ହେବା ଦ୍ଵାରା ଏହା ପର୍ଯ୍ୟଟନର ଅଭିବୃଦ୍ଧି ସାଙ୍ଗକୁ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ । ନୌସେବା ଆରମ୍ଭ ହେବା ଯୋଗୁଁ ବନ୍ଦର, ସୌରାଷ୍ଟ୍ର ଏବଂ କଚ୍ଛର ଆସବାବ ପତ୍ର ଓ ସାର କାରଖାନାକୁ ଯଥେଷ୍ଟ ପ୍ରୋତ୍ସାହନ ମିଳିବ । ପରିବେଶ ପର୍ଯ୍ୟଟନ ଓ ଗୁଜରାଟର ବିଶେଷକରି ପୋର ବନ୍ଦର, ସୋମନାଥ, ଦ୍ୱାରକା ଓ ପଲଟନା ଅଞ୍ଚଳରେ ଧାର୍ମିକ ପର୍ଯ୍ୟଟନ ବିକଶିତ ହେବ । ଏହି ନୌସେବା ଫଳରେ ଗୁଜରାଟ ଗିରର ପ୍ରସିଦ୍ଧ ଏସୀୟ ସିଂହ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ମଧ୍ୟ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ ।