
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ପୁରୀ, ଓଡିଶା ପକ୍ଷରୁ ଟ୍ରଷ୍ଟର ମୁଖପାତ୍ର ଶ୍ରୀଗୁଣ୍ଡିଚା ପତ୍ରିକାର ସ୍ୱତନ୍ତ୍ର ବିଶେଷାଙ୍କ ନ୍ମୋଚନ ଉତ୍ସବ ରାଣୀ ସତୀଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦଇତାପତି ସେବକ ରଘୁନାଥ ଦାସ ମହାପାତ୍ର ଓ ଆଧ୍ୟାତ୍ମିକ ପୁସ୍ତକ ମେଳା କମିଟିର ଅଧ୍ୟକ୍ଷ ଡଃ ମୂରଲି ମନୋହର ଶର୍ମା ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୃତ୍ତି କଟରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଶ୍ରୀ ଶର୍ମା କହିଲେ ଯେ ଜଗତର ଆରାଧ୍ୟ ହେଉଛନ୍ତି ଶ୍ରୀ ଜଗନ୍ନାଥ । ଯାହାକୁ ଆମେ ଶ୍ରଦ୍ଧାରେ ଜଗତପତି ଓ ଜଗତରନାଥ ଶ୍ରୀଜଗନ୍ନାଥ ବୋଲି କହିଥାଉ । ତାଙ୍କର କରୁଣା ସଦାବେଳେ ଭକ୍ତମାନଙ୍କ ପ୍ରତି ରହିଛି । ସେ ହେଉଛନ୍ତି ଅନନ୍ତକୋଟି ତତ୍ତ୍ୱର ମାଲିକ । ଭକ୍ତ ଦାସିଆ, ଭକ୍ତ ସାଲବେଗ ଠାରୁ ଆରମ୍ଭ କରି ଭାରତବର୍ଷର ଅନେକ ସାଧୁସନ୍ଥ ଏ କ୍ଷେତ୍ରକୁ ଆସି ମହାପ୍ରଭୁଙ୍କ ଅଲୌକିକ ଲୀଳାରେ ସ୍ତମ୍ଭିଭୂତ ହୋଇଛନ୍ତି ଓ ତାଙ୍କର କୃପା ଲାଭ କରିଛନ୍ତି । ଅତିଥିଭାବେ ଶ୍ରୀଜଗନ୍ନାଥ ସଡ଼କ ସଂସ୍କୃତି ଗବେଷକ ଅନୀଲ କୁମାର ଧିର, ସତ୍ୟବ୍ରତ ପଣ୍ଡା,ଗୋଲକ ବିହାରୀ ସେଠୀ, ବିରଞ୍ଚି ନାରାୟଣ ତ୍ରିପାଠୀ, ଧାରେନ୍ଦା ମଠ ମହନ୍ତ ରାମକୃଷ୍ଣ ଦାସ, ଟ୍ରଷ୍ଟର ଉପଦେଷ୍ଟା ତଥା ପୁରୀର ପ୍ରାକ୍ତନ ଜିଲ୍ଲାପାଳ ଅଶ୍ୱିନୀ କୁମାର ଦାସ ପ୍ରମୁଖ ଯୋଗଦାନ କରି ଜଗନ୍ନାଥ ମହାପ୍ରଭୁଙ୍କର ଅଲୌକିକ କରୁଣା, ଲୀଳା ଓ ଭକ୍ତିଭାବ ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଟ୍ରଷ୍ଟର ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବି ପୁଷ୍କର ମହାପାତ୍ର । ପ୍ରାରମ୍ଭରେ ଟ୍ରଷ୍ଟର ସଂପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ କାର୍ଯ୍ୟକ୍ରମର ଅଭିମୁଖ୍ୟ ବର୍ଣ୍ଣନା କରିଥିବା ବେଳେ ଗବେଷକ ମଦନ ମୋହନ ମହାପାତ୍ର ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଆଧ୍ୟାତ୍ମିକ ପତ୍ରିକା ଶ୍ରୀଗୁଣ୍ଡିଚାର ସ୍ବତନ୍ତ୍ର ବିଶେଷାଙ୍କ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ଓଡ଼ିଆ ଅଧ୍ୟାପକ ମୀନକେତନ ପାଟ୍ଟଯୋଶୀ ଓ ପ୍ରଭାକର ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା । ଉତ୍ସବରେ ଓଡିଶା ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ଡଃ ହରପ୍ରସାଦ ମିଶ୍ର, ଡଃ କାର୍ତ୍ତିକ କୁମାର ଦାସ, ପ୍ରଫେସର ଅଭିମନ୍ୟୁ ଭୂୟାଁ, ଶିକ୍ଷାବିତ୍ ବିଜୟ ଲକ୍ଷ୍ମୀ ଦାସ, ଲେଖିକା ବିଜୟ ଲକ୍ଷ୍ମୀ ସାହୁ, ଡଃ ରମାକାନ୍ତ କର,କୃଷ୍ଣଚନ୍ଦ୍ର ରଥ, ଡଃ ବଳରାମ ଦାଶ, ଶିକ୍ଷାବିତ୍ ଅଶୋକ କୁମାର ମହାପାତ୍ର, ହରେକୃଷ୍ଣ ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ କୋଭିଡ-୧୯ ନିୟମ ଅନୁଯାୟୀ ସାମାଜିକ ଦୂରତା ଅବଲମ୍ବନ କରାଯାଇ ପାଳନ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବଦ୍ରି ମିଶ୍ର, ସୂର୍ଯ୍ୟନାରାୟଣ ପାଣିଗ୍ରାହୀ, କ୍ରିଷ୍ଣ ମହାପାତ୍ର ଓ ଚାରୁଲତା ମିଶ୍ର ।ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବିଜୟ ଚରଣ ମହାନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO