
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୋରୱେଲ ମାଲିକ ସଂଘ ପକ୍ଷରୁ ବିଭିନ୍ନ ଦାବିନେଇ ବୁଧବାର ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏଥିସହ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁୂ ସଂଘ ପକ୍ଷରୁ ୫୦ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଛି । ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ସାଧାରଣ ଲୋକଙ୍କ ଠାରୁ ଆରମ୍ଭକରି ସରକାରୀ ଯୋଜନାଗୁଡିକରେ ମଧ୍ୟ ସଂଘର ସଦସ୍ୟମାନେ ସେବା ଦେଇ ଆସୁଛନ୍ତି । ୭୦୦ରୁ ଊର୍ଦ୍ଧ୍ୱ ସ୍ଥାନୀୟ ଶ୍ରମିକ ସଂଘ ସଦସ୍ୟଙ୍କ ଦ୍ୱାରା କାମ ପାଉଛନ୍ତି । ବ୍ୟାଙ୍କ ଋଣ ଆଦି ବ୍ୟବସାୟ ଚାଲିଛି । ଜିଏସ୍ଟି, ରୋଡ୍ ଟିକସ ଆଦି ଭରଣା କରାଯାଇଛି । ତେବେ ଆନ୍ଧ୍ରର କେତେକ ବୋରୱେଲ ଗାଡି ଆସି ଏଠାରେ ରାଜସ୍ୱ, ଟିକସ ଓ ଜନସାଧାରଣଙ୍କୁ ଠକେଇ କରୁଛି । ଏଥିଯୋଗୁ ରାଜସ୍ୱ କ୍ଷତି ସହ ସଂଘ ସଦସ୍ୟଙ୍କ କ୍ଷତି ହେଉଛି । ଆନ୍ଧ୍ରରୁ ଆସୁଥିବା ଗାଡିଗୁଡିକ ଓଡ଼ିଶା ଏମ୍ଭି ଆକ୍ଟରେ ପଞ୍ଜିକୃତ ନାହିଁ । ଏସବୁର ତଦନ୍ତକରି ରାଜ୍ୟ ସ୍ୱାର୍ଥ ସହ ବୋରୱେଲ ମାଲିକମାନଙ୍କ ଜୀବନ ଜୀବୀକାକୁ ବଞ୍ଚାଇବାକୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଜରିଆରେ ଅନୁରୋଧ କରାଯାଇଛି । ସ୍ମାରକପତ୍ର ପ୍ରଦାନ ବେଳେ ସଂଘ ସଭାପତି ଲକ୍ଷ୍ମୀକାନ୍ତ ତ୍ରିପାଠୀ, ସମ୍ପାଦକ ଅଭୟ କୁମାର ସାହୁ, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO