

ଜାତୀୟ ଧାରା ସହ ତାଳ ଦେଇ 27ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା 20 ହଜାରରୁ ତଳେ ରହିଛି ।
ମୋଟ ସକ୍ରିୟ ମାମଲାର 78% କେବଳ 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଅଛି । ମହାରାଷ୍ଟ୍ର, କେରଳ, ଦିଲ୍ଲୀ, ପଶ୍ଚିମବଙ୍ଗରେ ମିଳିତ ଭାବେ ଦେଶରେ 51% ସକ୍ରିୟ ମାମଲା ରହିଛି ।
ପ୍ରତିଦିନ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବାରୁ ସକ୍ରିୟ ମାମଲା ହ୍ରାସ ପାଉଛି । ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ଏବେ 77,11,809 । ସୁସ୍ଥ ସଂଖ୍ୟା ଏବଂ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ 72 ଲକ୍ଷ (71,83,847)ପାଖାପାଖି ରହିଛି । ଜାତୀୟ ସୁସ୍ଥ ହାର ଇତି ମଧ୍ୟରେ ବୃଦ୍ଧି ପାଇ 92.20% ହୋଇଛି ।
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 55,331 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ବେଳେ 50,210ଟି ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି ।
ନୂଆ ସୁସ୍ଥଙ୍କ ମଧ୍ୟରୁ 82% ଆସିଛନ୍ତି 10ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।
ମହାରାଷ୍ଟ୍ର, କେରଳ ଏବଂ କର୍ଣ୍ଣାଟକରେ ଗୋଟିଏ ଦିନରେ ସର୍ବାଧିକ 8 ହଜାରରୁ ଅଧିକ ଲେଖାଏଁ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥଙ୍କ ମଧ୍ୟରୁ ଏହି 3 ରାଜ୍ୟରେ 45% ଅଛନ୍ତି ।