

ଶୁକ୍ରବାର ଦିନ ସେ କହିଛନ୍ତି ଯେ ଭୁବନେଶ୍ୱରରେ ମନ୍ଦିର ଖୋଲିବ କି ନାହିଁ ସେ ନେଇ ବିଭିନ୍ନ ଦିଗକୁ ଆଲୋଚନା ଓ ବିଚାର ବିମର୍ଷ ଚାଲିଛି । ବିଶେଷଜ୍ଞ ଓ ଡାକ୍ତରୀଟିମ ଠାରୁ ପରାମର୍ଶ ନିଆଯାଉଛି । ଭୁବନେଶ୍ୱରରେ ଯେହେତୁ ସଂକ୍ରମଣ ହାର ବଢୁଛି । ସ୍ଥିତିର ସମୀକ୍ଷା ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ଓଡ଼ିଶାରେ ମନ୍ଦିର ଖୋଲିବା ସହ ସେବାୟତମାନଙ୍କୁ ସହାୟତା ପ୍ରଦାନ କରିବା ଦାବି ରେ ଭୁବନେଶ୍ୱରସ୍ଥିତ ରାମମନ୍ଦିର ସମ୍ମୁଖରେ ଓଡ଼ିଶା ସେବାୟତ ସଂଘ ପକ୍ଷରୁ ଘଂଟ ବାଡ଼େଇ ଶଙ୍ଖ ଫୁଙ୍କି ଅଭିନବ ଉପାୟରେ ଆନ୍ଦୋଳନ କରାଯାଇଛି । ଅନଲକ୍ ପରେ ଅନ୍ୟାନ୍ୟ ସଂସ୍ଥା ଖୋଲିଥିବା ବେଳେ ଏ ପର୍ଯ୍ୟନ୍ତ ମନ୍ଦିର ନ ଖୋଲିବାରୁ ପ୍ରତିବାଦ କରିଛନ୍ତି ସେବାୟତ ।