
ବେଲଗୁଣ୍ଠା-ଗଞ୍ଜାମ ଜିଲ୍ଲାପାଳ ବିଜୟଅମୃତ କୁଲାଙ୍ଗେ ଆଜି ବେଲଗୁଣ୍ଠା ଗସ୍ତରେ ଆସି ପ୍ରଶାସନିକ ସ୍ତରରେ ଏକ ବୈଠକ କରି ଫେରିଛନ୍ତି ।ବେଲଗୁଣ୍ଠା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବ୍ଳକରେ ବର୍ତ୍ତମାନ କରୋନା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ ଥିବା ବେଳେ ଆଗାମ ଶୀତ ଋତୁରେ ପ୍ରଶାସନକୁଆହୁରୀ ସତର୍କ ରହିବାପାଇଁ ପଡିବ ଏବଂ ସଚେତନ କରାଇବା ଜରୁରୀ ବୋଲି କହିଥିଲେ ।ଜନସାଧାରଣଙ୍କୁ ମାସ୍କ ପିନ୍ଧିବା,ସାମାଜିକ ଦୁରତ୍ୱ ବଜାୟ ରଖିବାସହ ବଜାର ଥିବା ଅଞ୍ଚଳରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ କୋଭିଡ ପରିଚାଳନା କରିବା ପାଇଁ ପଡିବ ବୋଲି ମନ୍ତ୍ର ଦେଇଥିଲେ ।କରୋନାର ପର୍ଯ୍ୟାୟ ସଂକ୍ରମଣକୁ ସମସ୍ତେ ମିଳିମିଶି ନିୟନ୍ତ୍ରଣ କରିବା ବୋଲି ବେଲଗୁଣ୍ଠା ପ୍ରଶାସନିକ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।ବେଲଗୁଣ୍ଠା ବ୍ଲକ ରେ ଏନ୍ଆରଜିଏସ୍ କାମ ତ୍ୱରାନ୍ୱିତ କରାଇ ବିଭିନ୍ନ ଭଲ ଭଲ ଗୃପ୍ କୁ କାମ କରିବା ପାଇଁ ଦେବା ପାଇଁ କହିଥିଲେ ।ବ୍ଲକ ରେ ପାନୀୟ ଜଳ ସମାସ୍ୟା ଲାଗରହିଥିବା ବେଳେ ଏହାକୁ ଯୁଦ୍ଧ କାଳୀନ ଭିତ୍ତିରେ ସମାଧାନକରିବା ପାଇଁ ଉପସ୍ଥିତ ଥିବା ଯନ୍ତ୍ରୀକୁ କହିଥିଲେ । ବେଲଗୁଣ୍ଠା ସମସ୍ତ ବ୍ୟାଙ୍କ ଶାଖା ପରିଚାଳକ ମାନଙ୍କୁ ଏସ୍.ଏଚ୍.ଜି ଗୃପକୁ ସୁବିଧାରେ ଋଣ ଯୋଗାଇଦେବା ପାଇଁ ପରାମର୍ଶ ଦେଇଥିଲେ ।ବ୍ଲକ୍ ଓ ଏନ୍.ଏ.ସିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଏହି ବୈଠକରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍, ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୁଷଣ ମହାପାତ୍ର, ତହସିଲଦାର ସରୋଜ କୁମାର ବେହେରା,ଏନ୍.ଏ.ସି ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର,ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO