Related Stories
November 23, 2024
ଭଞ୍ଜନଗର, ଗଂଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଆଜି ଭଞ୍ଜନଗର ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ର ସମୀକ୍ଷା କରିଛନ୍ତି । ସମସ୍ତ ଅଙ୍ଗନୱାଡି ଗୁଡିକରେ ଶତ ପ୍ରତିଶତ ବିଦ୍ୟୁତ୍ ସଂଯୋଗ ଏବଂ ପିଇବା ପାଣି ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହା ଛଡା ସମସ୍ତ ସ୍କୁଲ ଗୁଡିକରେ ଉତ୍ତମ ପିଇବା ପାଣି ଏବଂ ନିରବଚ୍ଛିନ ବିଦ୍ୟୁତ୍ ସେବା ତ୍ୱରାନ୍ୱିତ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୋ ସ୍ୱାଭିମାନ ସ୍ୱଚ୍ଛ ଗଂଜାମ ଖୁବ୍ ଶୀଘ୍ର ଆରମ୍ଭ ହେବ ତେଣୁ ଗଂଜାମ ଜିଲ୍ଲାରେ କିପରି ବାହ୍ୟ ମଳତ୍ୟାଗ କୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ସେଥିପାଇଁ ବିଭିନ୍ନ ସଚେତନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ବୁଝାଇବାକୁ ପରାମର୍ଶ ଦେଇଛନ୍ତି । ଏମ.ଜି.ଏନ.ଆର.ଜିଏ ଅଧିନରେ ଚାଲିଥିବା ସମସ୍ତ ଅଧପନ୍ତରିୟା କାମ ଗୁଡ଼ିକୁ ତୁରନ୍ତ ସାରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଆଜିର ଯୁବବର୍ଗ ଙ୍କୁ ପଥଭ୍ରଷ୍ଟ ରୁ ନିବୃତ ରଖିବାକୁ ଓପନ ଜୀମ ସହ ଅନ୍ୟାନ କାର୍ଯ୍ୟ ଗୁଡ଼ିକ ହାତକୁ ନେବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ସହରାଞ୍ଚଳ ର ସ୍ୱଚ୍ଛତା ଉପରେ ଗୁରୁତ୍ଵ ଦେବାକୁ ଏନ. ଏ. ସି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋରୋନା ଗଞ୍ଜାମ ଜିଲ୍ଲାରେ ସମ୍ପୂର୍ଣ୍ଣ ଭାବେ ଲୋପ ପାଇନାହିଁ , ଆଗକୁ ଶୀତ ଋତୁ ତେଣୁ କରୋନା ବ୍ୟାପିବାର ସମ୍ଭାବନା ଅଧିକ ରହିଛି । ଆମ ସମସ୍ତଙ୍କୁ ସତର୍କ ଏବଂ ସଚେତନ ହେବାକୁ ପଡିବ । ଦୋକାନୀ ମାନେ ପଞ୍ଚସୁତ୍ରୀ ନିୟମକୁ କଡାକଡି ପାଳନ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି । ଆଗକୁ ଦୀପାବଳୀ ଆସୁଥିବାରୁ ସମସ୍ତଙ୍କୁ ସବୁଜ ଦୀପାବଳୀ ପାଳନ କରିବା ନିମନ୍ତେ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସୂଚନା ଯେ, ଆଜି ଗଞ୍ଜାମ ଜିଲ୍ଲାପାଳ ଭଂଜନଗର ଉପଖଣ୍ଡ ଅନ୍ତର୍ଗତ ଆଠଟି ବ୍ଲକ ଯଥା ଆସ୍କା , ଶେରଗଡ, ଧୋରକୋଟ, ସୋରଡ଼ା,ଭଞ୍ଜନଗର , ବେଲଗୁଣ୍ଠା, ଜଗନ୍ନାଥ ପ୍ରସାଦ ଏବଂ ବୁଗୁଡ଼ା ବ୍ଲକ ଗସ୍ତ କରି ପି.ଆର.ଆଇ ମେମ୍ବର ମାନଙ୍କ ସହ ଆଲୋଚନା କରିବା ସହ କୋଭିଡ 19 ର ସମୀକ୍ଷା ,ଏମ.ଜି.ଏନ.ଆର.ଜିଏ କାର୍ଯ୍ୟ, ପିଇବା ପାଣି ସହ ଅନ୍ୟାନ ଉନ୍ନୟନ କାର୍ଯ୍ୟ ର ସମୀକ୍ଷା କରିଛନ୍ତି ।ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ,ବିଡ଼ିଓ ଅନିଲ କୁମାର ସେଠୀ, ତହସିଲଦାର ଆଲୋକ କୁମାର ପ୍ରଧାନ , ଏନ.ଏ.ସି ଇଓ ଚିନ୍ମୟ ଆଚାର୍ଯ୍ୟ , ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଜିତେନ୍ଦ୍ର କେଶରୀ ଆରୁଖ ସମେତ ଲାଇନ ବିଭାଗୀୟ ଅଧିକାରୀ ଏବଂ ଅନ୍ୟ ପି.ଆର. ଆଇ ମେମ୍ବର ମାନେ ଉପସ୍ଥିତ ଥିଲେ ।