(1) ଡାକ୍ତର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ତାଲିମ ଓ ଜ୍ଞାନ ବିନିମୟ
(2) ସ୍ଵାସ୍ଥ୍ୟସେବା ସୁବିଧା ଯୋଗାଇବା ପାଇଁ ମାନବ ସମ୍ବଳ ବିକାଶର ସହାୟତା
(3) ଫାର୍ମାସ୍ୟୁଟିକାଲ, ମେଡିକାଲ ସାମଗ୍ରୀ ଓ କସ୍ମୋଟିକ୍ସ କ୍ଷେତ୍ରରେ ନିୟନ୍ତ୍ରଣ ସଂକ୍ରାନ୍ତ ତଥ୍ୟ ବିନିମୟ
(4) ଜଳବାୟୁ ପରିବର୍ତ୍ତନ ଜନିତ ବିପଦ ଓ ଜନସ୍ୱାସ୍ଥ୍ୟ ସମସ୍ୟା ନେଇ ପାରସ୍ପରିକ ସହଯୋଗ
(5) ଜଳବାୟୁ ସୁହାଇବା ଭଳି ହସ୍ପିଟାଲ ବା ସବୁଜ ସ୍ୱାସ୍ଥ୍ୟ ସେବାର ବିକାଶ ନେଇ ସହଯୋଗ
(6) ବିଭିନ୍ନ କ୍ଷେତ୍ରରେ ଗବେଷଣା ନେଇ ବୁଝାମଣା
(7) ଉଭୟଙ୍କ ମଧ୍ୟରେ ସହମତିକ୍ରମେ ଅନ୍ୟାନ୍ୟ ସହଯୋଗ
ଉଭୟ ପକ୍ଷ ନିଜ ନିଜ ମଧ୍ୟରେ ଗୋଲ ଟେବୁଲ ବୈଠକ, ପାଠ୍ୟଚକ୍ର, ଆଲୋଚନାଚକ୍ର, କର୍ମଶାଳା ଓ ସମ୍ମିଳନୀମାନ ଆୟୋଜନ କରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସମନ୍ଵୟ ଓ ବିକାଶ ସୁନିଶ୍ଚିତ କରିବେ ।