-
କ୍ରମାଗତ ଷଷ୍ଠ ଦିନରେ ସକ୍ରିୟ ମାମଲା 6 ଲକ୍ଷ ତଳେ
-
ସୁସ୍ଥତା ହାର 92 ପ୍ରତିଶତ ଅତିକ୍ରମ କଲା
ଭାରତରେ କରୋନା ସକ୍ରିୟ ମାମଲା ଆଜି ରହିଛି 5,33,787 ।
ଆଜି ଦେଶର ମୋଟ କରୋନା ପଜିଟିଭ୍ ମାମଲାର ମାତ୍ର 6.42% ସକ୍ରିୟ ମାମଲା ରହିଛି ।
ପ୍ରତି ଦଶ ଲକ୍ଷ ଲୋକରେ ପଜିଟିଭ୍ ମାମଲା କ୍ଷେତ୍ରରେ ଜାତୀୟ ହାରଠାରୁ 16ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ତଳେ ରହିଛନ୍ତି ।
ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 76.5 ଲକ୍ଷରୁ ଅଧିକ (76,56,478) ହୋଇଥିବାରୁ ସକ୍ରିୟ ମାମଲା ସହ ଏହାର ପାର୍ଥକ୍ୟ ବୃଦ୍ଧି ପାଇଛି । ଅନ୍ୟ ଏକ ଉଲ୍ଲେଖନୀୟ ସଫଳତା ଭାବେ ଜାତୀୟ ସୁସ୍ଥତା ହାର 92% (92.09%)କୁ ଟପି ଯାଇଛି ।
ଗତ 24 ଘଣ୍ଟା ମଧ୍ୟରେ 53,357 ଜଣ ସୁସ୍ଥ ହୋଇଥିବା ବେଳେ 46,253ଟି ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି ।
ଜାତୀୟ ହାରଠାରୁ ଉପରେ ଅଛନ୍ତି 17ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ।
ଦେଶରେ କରୋନା ନମୁନା ପରୀକ୍ଷା କ୍ଷମତା ବୃଦ୍ଧି ପାଇପାରିଛି । ଆଜି ମୋଟ ନମୁନା ପରୀକ୍ଷା 11.3 କୋଟି (11,29,98,959)ରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ 12,09,609 ନମୁନା ପରୀକ୍ଷା ହୋଇଛି ।
25ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପ୍ରତି ଦଶ ଲକ୍ଷରେ ଟେଷ୍ଟିଂ କ୍ଷେତ୍ରରେ ଜାତୀୟ ହାରଠାରୁ ଉଚ୍ଚରେ ଅଛନ୍ତି ।
ନୂଆ ସୁସ୍ଥଙ୍କ ମଧ୍ୟରେ 80% ଆସିଛନ୍ତି 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।
ଗୋଟିଏ ଦିନରେ କେରଳରେ ସର୍ବାଧିକ 8 ହଜାର ସୁସ୍ଥ ହୋଇଥିବା ବେଳେ ଏହା ପଛକୁ କର୍ଣ୍ଣାଟକରେ 7 ହଜାର ସୁସ୍ଥ ହୋଇଛନ୍ତି ।
ନୂଆ ପଜିଟିଭ୍ ମାମଲାରୁ 70% ଆସିଛି 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।
କେରଳ ଓ ଦିଲ୍ଲୀରୁ ଦିନକରେ 6 ହଜାରରୁ ଅଧିକ ଲେଖାଏଁ ମାମଲା ଆସିଛି । ଏହା ପଛକୁ ମହାରାଷ୍ଟ୍ରରେ 4 ହଜାର ନୂଆ ମାମଲା ଆସିଛି ।
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 514 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ 80% କେବଳ ଆସିଛି 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ମହାରାଷ୍ଟ୍ରରେ ଦିନକରେ ସର୍ବାଧିକ ମୃତ୍ୟୁ ହୋଇଛି (120 ମୃତ୍ୟୁ) ।
ଭାରତରେ ମୃତ୍ୟୁ ହାର ଏବେ ରହିଛି 1.49% ।
ପ୍ରତି ଦଶ ଲକ୍ଷ ଲୋକରେ ମୃତ୍ୟୁ କ୍ଷେତ୍ରରେ 21ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଜାତୀୟ ହାରଠାରୁ ତଳେ ରହିଛନ୍ତି ।