
ସୁନ୍ଦରଗଡ଼/ବାରିପଦା– ରାଜ୍ୟର ପୃଥକ୍ ପୃଥକ୍ ସ୍ଥାନରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇ ବାଙ୍କୀ ରେଞ୍ଜ୍ ଅନ୍ତର୍ଗତ କୁଚେଇତା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସମ୍ପୃକ୍ତ ବ୍ୟକ୍ତି ଧାନ ଜଗିବାକୁ କ୍ଷେତକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ।
ସେହିପରି ରାଇରଙ୍ଗପୁର ମଣଦା ରେଞ୍ଜ୍ ଆହ୍ଲାପାଣି ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ବୃଦ୍ଧ ଜଣକ ଜଙ୍ଗଲକୁ ଝୁଣା ସଂଗ୍ରହ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ ।