
ଭଞ୍ଜନଗର ରୁ ଜୟକୃଷ୍ଣ ପଟ୍ଟନାୟକ ଙ୍କ ରିପୋର୍ଟ- ବେଳଗୁଣ୍ଠା ବ୍ଲକ ପଳାସ ପଲ୍ଲୀ ଠାରେ ଆର.ସି.ଏସ ମିଡିଆ ଏଣ୍ଡ ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ମାସ୍କ ନାହିଁ ତ ଯାତ୍ରା ନାହିଁ ଭାଗ-୨ ବୁଧବାର ମୁକ୍ତିଲାଭ କରିଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ,ସମ୍ମାନିତ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ,ପୂର୍ବତନ ସରପଞ୍ଚ ଏସ.ରାମେଶ୍ୱର ପାତ୍ର,ପୂର୍ବତନ କଲେଜ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ ଓ ଓଲିଉଡ ହାସ୍ୟ ଅଭିନେତା ବ୍ରଜ ସିଂ ଉପସ୍ଥିତ ଥିଲେ।ଏଥିରେ କମେଡିଆନ ବ୍ରଜ ସିଂ ଙ୍କ ସମେତ ସ୍ଥାନୀୟ କଳାକାରମାନେ ସୁନ୍ଦର ଅଭିନୟ କରି କରୋନା ସମ୍ପର୍କରେ ସଚେତନତା ବାର୍ତ୍ତା ଦେଇଥିବା ଅତିଥିମାନେ କହିଥିଲେ।ପୂର୍ବରୁ ଏହି ଚଳଚ୍ଚିତ୍ରର ପ୍ରଥମ ଭାଗ ବେଶ ସଫଳତା ଅର୍ଜନ କରିଥିବା ବେଳେ ଏବେ ମଧ୍ୟ ଦ୍ଵିତୀୟ ଭାଗ ଚର୍ଚ୍ଚିତ ହେବ ବୋଲି ଆୟୋଜକ କହିଛନ୍ତି।
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO