
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ପୁରୀ ପୌରପାଳିକା ତରଫରୁ ବେଆଇନ ପଲିଥିନ ବ୍ୟବହାରକାରୀଙ୍କ ଉପରେ ଚଢ଼ାଉ କରାଯାଇଛି ।ଏହି ଚଢ଼ାଉ ସମୟରେ ଦୋଳମଣ୍ଡପ ସାହି ସ୍ଥିତ ନୃସିଂହ ମିଷ୍ଟାନ୍ନ ଭଣ୍ଡାରରେ ପଲିଥିନ ଜବତ କରାଯାଇ ଦୋକାନ ସିଲ କରିବାକୁ ମାଲିକ ସଦାଶିନ ନାୟକଙ୍କୁ ନୋଟିସ ଜାରି କରାଯାଇଛି । ପୂର୍ବରୁ ତାଙ୍କ ଦୋକାନରୁ ପଲିଥିନ ଜବତ କରାଯାଇ ଜୋରିମାନା ଆଦାୟ କରାଯାଇଥିଲା ।ଏହାପରେ ଯଦି ବେଆଇନ ପଲିଥିନ ବ୍ୟବହାର କରାଯାଏ ତେବେ ଆଗକୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ |