
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ପ୍ରମୁଖ ସାଂସ୍କୃତିକ ସଂଗଠନ କୁମାର ଉତ୍ସବ ସମିତି ନଭେମ୍ବର ୧ ରୁ ୩ ତାରିଖ ତିନିଦିନ ବ୍ୟାପି ସେବା ଓ ସମର୍ପଣ ଭାବରେ ୫୩ ତମ କୁମାର ଉତ୍ସବ ଆୟୋଜନ ହୋଇଛି |ଆଜି ତାର ଉଦଘାଟନୀ ଦିବସରେ ପ୍ରଥମେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ ଯକ୍ଷ୍ମା ସଂକ୍ରାମକ ରୋଗ ଚିକିତ୍ସାଳୟଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, କମଳାଦେବୀ ମାତୃମଙ୍ଗଳ କେନ୍ଦ୍ର ଏବଂ ଶେଷରେ ବାଲିଘାଇସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ଥିବା ରୋଗୀମାନଙ୍କୁ ଫଳ, ପାଉଁରୁଟି, ସାନିଟାଈଜ଼ର ଓ ମାସ୍କ ଥିବା ଏକ କିଟ ଉପସ୍ଥିତ ଥିବା ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା |ଏଥି ସହ ଉପରୋକ୍ତ ସମସ୍ତ ସ୍ୱାସ୍ଥ୍ୟ ସଂଗଠନ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ଯକ୍ଷ୍ମା ରୋଗ ବିଶେଷଜ୍ଞ ଡାକ୍ତର ଉତ୍ପଳ କୁମାର ନନ୍ଦୀଙ୍କୁ କରୋନା ଯୋଦ୍ଧା ଭାବରେ ମଧ୍ୟ ସଂମ୍ମାନିତ କରାଯାଇଥିଲା |ଏହି କାର୍ଯ୍ୟକ୍ରମରେ ସମିତିର ସଭାପତି ବରିଷ୍ଠ ସେବାୟତ ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ବରିଷ୍ଠ ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର, ମୁଖ୍ୟ ଉପଦେଷ୍ଟା ସତ୍ୟ ପ୍ରକାଶ ନାୟକ, କାର୍ଯ୍ୟକାରୀ ସଭାପତି ରାଜେଶ ମିଶ୍ର, ରତନ କୁମାର ଦାସ, ସାଧାରଣ ସମ୍ପାଦକ ସ୍ୱାଧୀନ କୁମାର ପଣ୍ଡା, ସମାଜସେବୀ ସରସ୍ବତୀ ପାତ୍ର, ସଂଯୋଜକ ଶ୍ୟାମ ପ୍ରକାଶ ସେନାପତି, ସାମ୍ବାଦିକ ମଧୁସୂଦନ ମିଶ୍ରଙ୍କ ସମେତ ଅନୁଷ୍ଠାନର ସଭ୍ୟ ସଭ୍ୟା ସନ୍ତୋଷ ମହାନ୍ତି, ସାଧନା ମହାନ୍ତି, ସମୀର ଶତପଥି, ପ୍ରଶାନ୍ତ ପ୍ରଧାନ, ଗଣେଶ୍ୱର ଦାଶ, ଶୁଭଶ୍ରୀ ଜୟସିଂ, ଜ୍ୟୋତ୍ରିମୟୀ ପଣ୍ଡା, ମାୟାସ୍ମୃତି ଆପଟ, ବେବିନା ଜାଲି, ସୋନାଲି, ରୁପାଲୀ, ପ୍ରମୋଦ, ଦିବ୍ୟ, ଶୁଭେନ୍ଦୁ, ଅଭ୍ୟୁଦୟ, କ୍ଷୀରୋଦ, ବିରଞ୍ଚି ନାରାୟଣ, ଗୌରୀଶଙ୍କର, ଦେବା, ଅସୀମା, କଳ୍ପନା, ଶିବାନୀ, ଶରତ ମହାନ୍ତି, ବିକାଶ ଦତ୍ତ, ଅମରେନ୍ଦ୍ର ପାଇକରାୟ, ବିଶ୍ୱନାଥ ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |
ଏହି କାର୍ଯ୍ୟକ୍ରମ କୋଭିଡ ନିୟମ ଅନୁଯାୟୀ ଅନୁଷ୍ଠିତ ହୋଇଥିଲା |ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ସମସ୍ତଙ୍କର ସ୍ନେହ, ସଦିଛା ଓ ସହଯୋଗରେ ଆସନ୍ତା କାଲି କାର୍ଯ୍ୟସୂଚୀ ଅନୁଯାୟୀ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବବୋଲି ଅନୁଷ୍ଠାନ ତରଫରୁ ସାଧାରଣ ସମ୍ପାଦକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO