ଭଦ୍ରକ – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଗୋବିନ୍ଦପୁର ପାୟତ ଅଧୀନ ଓରାଳିବିନ୍ଧା ଗ୍ରାମକୁ ରାସ୍ତା ନଥିବାରୁ ଲୋକମାନେ ଦୁଦ୍ର୍ଧଶାର ସମ୍ମୁଖୀନ ହେଉଥିବା ବେଳେ ଶୁକ୍ରବାର ଗ୍ରାମର ଜଣେ ପକ୍ଷାଘାତ ମହିଳା ରୋଗୀଙ୍କୁ ଖଟିଆରେ ଗଁାଠାରୁ ଦେଢ଼ କିଲୋମିଟର ରାସ୍ତା ତିଆଡ଼ି ସାହି ଛକ ପର୍ଯ୍ୟନ୍ତ ନିଆଯିବା ଏଠାରେ ଚଚ୍ର୍ଚାର ବିର୍ଷ ହୋଇଛି ା ପ୍ରକାଶ େଯ, ଗ୍ରାମର ଗୋବିନ୍ଦ ମାଝୀଙ୍କ ସ୍ତ୍ରୀ ସାବିତ୍ରୀ (୬୦) ପକ୍ଷାଘାତ ରୋଗରେ ଅସୁସ୍ଥ ହୋଇ ପଡ଼ିଥିଲେ। କୌଣସି ଉପାୟ ନପାଇ ତାଙ୍କ ପରିବାର ଲୋକେ ତାଙ୍କୁ ଖଟିଆରେ ତିଆଡ଼ିସାହି ପର୍ଯ୍ୟନ୍ତ ନେବା ପରେ ସେଠାରୁ ଗାଡ଼ିରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ଜଣାଯାଇଛି େଯ ମଧୁପୁର ଠାରୁ ବାରସର ପର୍ଯ୍ୟନ୍ତ ଭାୟା ଓରାଳିବିନ୍ଧା ପ୍ରଧାନମନ୍ରୀ ଗ୍ରାମ ସଡ଼କ େଯାଜନାରେ ରାସ୍ତା ନିର୍ମାଣ ପାଇଁ ବ୍ୟୟ ଅଟକଳ ହୋଇଥିଲା। ତେବେ ମଧୁପୁର ଠାରୁ ସାଢ଼େ ୩ କି.ମି. ରାସ୍ତା ନିର୍ମାଣ ହୋଇଥିବା ବେଳେ ଅବଶିଷ୍ଟ ଦେଢ଼ କି.ମି. ରାସ୍ତା ନିର୍ମାଣ ହୋଇନାହó। ଜମି ବିବାଦକୁ ନେଇ ସମସ୍ୟା ଉପୁଜିବାରୁ ରାସ୍ତା ନିର୍ମାଣ ହୋଇ ପାରିନଥିଲା। ଆଜିଯାଏ ସମସ୍ୟାର ସମାଧାନ ହୋଇ ପାରିନଥିବାରୁ ରାସ୍ତା ନିର୍ମାଣ ହୋଇନାହó। ଯାହାଫଳରେ ଓରାଳିବିନ୍ଧା ଗ୍ରାମର ଲୋକମାନେ ଯାତାୟତ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
Related Stories
November 25, 2024