
ପୁରୀ– ପବିତ୍ର କାର୍ତିକ ମାସ ପାଇଁ ମହାପ୍ରସାଦର ଚାହିଦା ବୃଦ୍ଧି ପାଇଛି । ମହାପ୍ରସାଦ ପାଇବା ପାଇଁ ଶ୍ରୀମନ୍ଦିରର ଉତର ଓ ଦକ୍ଷିଣ ଦ୍ୱାରରେ ବ୍ୟବସ୍ଥା କରାଯାଇଥିବା ବେଳେ କାଉଂଟରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ମହାପ୍ରସାଦ ପାଇଁ କାଉଂଟରରେ ଟଙ୍କା ଜମା କରି ଟିକେଟ କାଟି ମହାପ୍ରସାଦ ପାଇବା ଶ୍ରଦ୍ଧାଳୁମାନେ ଘଂଟା ଘଂଟା ଧରି ଅପେକ୍ଷା କରି ରହୁଥିବା ଦେଖିବାକୁ ମିଳିଛି ।