
ଗଞ୍ଜାମ– ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଉପକଣ୍ଠସ୍ଥ ଲାଞ୍ଜିପଲ୍ଲୀରେ ଜଣେ ବିବାହିତାଙ୍କୁ ଫେସବୁକ ମାଧ୍ୟମରେ ପେମ ସମ୍ପର୍କ ରଖି ପରେ ଫସାଇ ଅପହରଣ ଉଦ୍ୟମ କରିବା ଅଭିଯୋଗରେ ଅଭିଯୁକ୍ତ ଯୁବକକୁ ପୋଲିସ ଗିରଫ କରିଛି ।
ଲାଞ୍ଜିପଲ୍ଲୀ ଅଂଚଳର ଜଣେ ମହିଳା ପ୍ରାୟ ୭ରୁ ୮ ମାସ ହେବ ନିଜ ସ୍ୱାମୀଙ୍କ ସହିତ ଝଗଡ଼ା କରି ବାପଘରକୁ ଚାଲି ଆସିଥିଲେ । ୩ ବର୍ଷ ପୂର୍ବେ ପଶ୍ଚିମବଙ୍ଗର ମୁର୍ଶିଦାବାଦର ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଗଡି ଉଠିଥିଲା । ଦୁଇ ଦିନ ପୂର୍ବେ ଏହି ଯୁବକ ଜଣକ ଲାଞ୍ଜିପଲ୍ଲୀ ଅଂଚଳକୁ ଆସି ମହିଳାଙ୍କୁ ନିଜ ଗ୍ରାମକୁ ନେବାକୁ ଚେଷ୍ଟା କରିଥିଲେ । ଏନେଇ ମହିଳାଙ୍କ ଭାଇ ବୈଦ୍ୟନାଥପୁର ଥାନାରେ ଏତଲା କରିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଥିଲେ । ଜାମିନ୍ ନାମାଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO