ଗତକାଲି ବିଳମ୍ବିତ ରାତ୍ରୀରେ ରାତିରେ ଘଟିଯାଇଛି ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆହତଙ୍କ ମଧ୍ୟରୁ ଗୁରୁତର ୮ ଜଣଙ୍କୁ ବୁର୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ମୃତକ ୨ ଜଣ ହେଲେ ଭବାନୀପାଟଣାର ଜନାର୍ଦ୍ଦନ ମହାପାତ୍ର ଏବଂ କାର୍ ଡ୍ରାଇଭର ବଲାଙ୍ଗିରର ଶ୍ରୀକୃଷ୍ନ ପଟେଲ । ଭବାନୀପାଟଣାର ଏକ ପରିବାର ସଦସ୍ୟମାନେ ଅନୁଗୁଳ ଜିଲା କାମାକ୍ଷାନଗରରୁ ଏକ ନିର୍ବନ୍ଧ କାମ ସାରି ଫେରୁଥିବା ସମୟରେ କିଆକଟାଛକ ଠାରେ ଅଟକିଥିଲେ ।
ଏହି ସମୟରେ ବୁର୍ଲାରୁ ବ୍ରହ୍ମପୁରକୁ ଯାଉଥିବା ବୃନ୍ଦାବନ ନାମକ ଏକ ଘରୋଇ ବସ୍ ନଂ ( ଓଡି ୦୨ ଏକେ ୮୧୮୮ ) ଦୃତ ଗତିରେ ଆସି ଛିଡା ହୋଇଥିବା କାର୍ ଉପରେ ଚଢ଼ିଯିବା ସହ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ କାରରେ ବସିଥିବା ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ବସଟି ଓଲଟି ଯିବା ଫଳରେ ବସରେ ବସିଥିବା ୨୦ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି । ଖବର ପାଇ ବୌଦ୍ଧ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ । ଆହତମାନଙ୍କୁ ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଅଛି । କିଆକଟା ପୋଲିସ ଘଟଣାର ତଦନ୍ତ କରୁଛି ।