ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ମାଲକାନଗିରି ବ୍ଲକରୁ ୪ ଜଣ, ବାଲିମେଳା ବିଜ୍ଞାପିତ ଅଂଚଳରୁ ଜଣେ, ମାଥିଲି ବ୍ଲକରୁ ୨ ଜଣ, ପଡ଼ିଆ ବ୍ଲକରୁ ୯ ଜଣ, ଖଇରପୁଟ ବ୍ଲକରୁ ଜଣେ, କାଲିମେଳା ବ୍ଲକରୁ ୨୦ ଜଣ, କୋରକୋଣ୍ଡା ବ୍ଲକରୁ ଜଣେ ଏବଂ ଚିତ୍ରକୋଣ୍ଡା ବ୍ଲକରୁ ଜଣେ ରହିଛନ୍ତି ।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ବିଭିନ୍ନ କ୍ଲିନିକରୁ ରେଫର୍ ହୋଇ ଚିକିତ୍ସା ନିମନ୍ତେ ମେଡିକାଲକୁ ଆସି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଘରକୁ ଘର ବୁଲି ମେଡ଼ିକାଲ ଟିମ୍ ର ସର୍ଭେଲାନ୍ସ ବେଳେ ୩୫ ଜଣ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରେ ଦୁଇ ଜଣ କରୋନା ଯୋଦ୍ଧା ରହିଛନ୍ତି ।
ଅଦ୍ୟାବଧି ଜିଲ୍ଲାରେ ୪୫୬୫ ଆକ୍ରାନ୍ତ ସୁସ୍ଥ ହେଲେଣି । କରୋନାଜନିତ ସକ୍ରିୟ ମାମଲା ୨୯୪ ରହିଛି । ସେହିପରି ଆଜି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି ।