
ସମ୍ବଲପୁର – ମଣ୍ଡଳ ରେଳ ପ୍ରବନ୍ଧକ ଡକ୍ଟର ଜୟଦୀପ ଗୁପ୍ତା ରେଳ କର୍ମଚାରୀଙ୍କ କନ୍ୟା ସନ୍ତାନମାନଙ୍କୁ ହେଣ୍ଡ ଟାବଲେଟ୍ ପ୍ରଦାନ କରିଛନ୍ତି । ଏହି ଅବସରରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଓ ସମସ୍ତ ଶାଖା ଅଧିକାରୀ ଉପସ୍ଥିତ ଥିଲେ । ମଣ୍ଡଳର କଲ୍ୟାଣକର ଗତିବିଧିଗୁଡ଼ିକର ଏବଂ ଶିକ୍ଷାରେ ଉକ୍ରୃଷ୍ଠତାକୁ ଗୁରୁତ୍ୱ ଦେବା ପାଇଁ ଓ ମହିଳା ସଶକ୍ତିକରଣକୁ ଧ୍ୟାନରେ ରଖି ଯେଉଁ କନ୍ୟା ସନ୍ତାନମାନେ ଉଚ୍ଚତର ମାଧ୍ୟମିକ ଶିକ୍ଷା ଗ୍ରହଣ କରୁଛନ୍ତି, ସେମାନଙ୍କୁ ଏହି ହେଣ୍ଡ ଟାବଲେଟ୍ ବିତରଣ କରାଯାଏ । ପୂର୍ବଟ ରେଳବାଇ ସମ୍ବଲପୁର ମଣ୍ଡଳ ଦ୍ୱାରା ଏହି ହେଣ୍ଡ ଟାବଲେଟ୍ ସେଂଟ୍ରାଲ ଷ୍ଟାପ ବେନିଫିଟ୍ ଫଣ୍ଡ କୋଷରୁ ପ୍ରଦାନ କରାଯାଇଛି ।