କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ, ପୁରୀ ଆନୁକୂଲ୍ୟରେ” ୪୧ତମ କୁମାର ଉତ୍ସବ”
ଶନିବାର ଦିନ ପାଳିତ ହୋଇଯାଇଛି । କେଭିଡ୍-୧୯ ମହାମାରୀକୁ ଆଖି ଆଗରେ ରଖି ଶ୍ରଦ୍ଧା ଓ ସେବା
ମନବୃତ୍ତି ନେଇ ଶନିବାର ସକାଳ ୧୦ ଘଟିକା ସମୟରେ କୋଭିଡ ନିୟମ ଅନୁଯାଇ ଏକ ସଚ୍ଛଭାରତ
(ସଫେଇ କାର୍ଯ୍ୟକ୍ରମ) ସହ ରକ୍ତଦାନ ଶିବିର ସ୍ଥାନୀୟ ଶରଧାବାଲି ସ୍ଥିତ ଭୋଳାନାଥ ବିଦ୍ୟାପୀଠ
ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରରେ ଭୋଳାନାଥ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ
ସୁବାଷ ଚନ୍ଦ୍ର ଜେନା ଓ ବିଜେଡି ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଅତିଥି ଭାବରେ ଯୋଗଦାନ କରି ଶିବିରକୁ ଆନୁଷ୍ଠାନିକ ଭାବେ ଶୁଭଉଦ୍ଘାଟନ କରିଥିଲେ । ଅନୁଷ୍ଠାନର ସଭ୍ୟ, ସଭ୍ୟା, ସେଚ୍ଛାସେବୀ, ସାମାଜିକ କର୍ମୀ ଏବଂ ସାଧାରଣ
ବ୍ୟକ୍ତିବିଶେଷ ସେଚ୍ଛାକୃତ ଭାବରେ ରକ୍ତଦାନ କରିବା ସହିତ ସଫେଇ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଉକ୍ତ ଶିବିରରେ ୪୧ ୟୁନିଟି ରକ୍ତ ସଂଗ୍ରହ କରାଯାଇଥିଲା । ଅନୁଷ୍ଠାନର ସାଧାରଣ ସଂପାଦକ ହରେକୃଷ୍ଣ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ଵବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ସନ୍ତୋଷ ଶତପଥୀ, ଉପଦେଷ୍ଟା ଅରବିନ୍ଦ ଖୁଣ୍ଟିଆ, ବିଜୟ କୁମାର
ଆପଟ୍ଟ, ଯୁଗଳ କିଶୋର ସିହ୍ନା, କୋଷାଧ୍ୟକ୍ଷ ରାଜେନ୍ଦ୍ର ନାରାୟଣ ହରିଚନ୍ଦନ, ବରିଷ୍ଠ ସଦସ୍ୟ ପ୍ରଦୀପ୍ତ
କୁମାର ମିଶ୍ର, ଲକ୍ଷ୍ମୀନାରାୟଣ ପଣ୍ଡା, ନାରାୟଣ ଗୋଛିକାର, ସଦାଶିବ ନାୟକ, ଅମିତ୍ ଚାଟ୍ଟାର୍ଜୀ , ସଭ୍ୟ
ସରସ୍ବତୀ ମହାନ୍ତିଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ
ସହଯୋଗ ପ୍ରଦାନ କରିଥିଲେ । ପୁରୀ ରକ୍ତଭଣ୍ଡାରର କର୍ମଚାରୀ ଶ୍ରୀନିବାସ ମହାନ୍ତି, ପ୍ରୀତିରଞ୍ଜନ ନାୟକ ଓ
ଅମିତ୍ କୁମାର ପାଢୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । କାର୍ଯ୍ୟକ୍ରମ
ଶେଷରେ ବରିଷ୍ଠ ସଦସ୍ୟ ଜିତେନ୍ଦ୍ର ଦାସମହାପାତ୍ର ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।