
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଙ୍କ ଶ୍ରାଦ୍ଧ ଦିବସ ଅବସରରେ ପ୍ରଦେଶ କଂଗ୍ରେସ କମିଟି ର ନିର୍ଦ୍ଦେଶ ମୁତାବକ ପୁରୀ ଜିଲ୍ଲା କଂଗ୍ରେସ କମିଟି ର ନବ ନିଯୁକ୍ତ ସଭାପତି ଅଜିତ ମଙ୍ଗରାଜ ଙ୍କ ନେତୃତ୍ଵରେ “କିଶାନ ସତ୍ୟାଗ୍ରହ” କାର୍ଯ୍ୟକ୍ରମ ସ୍ଥାନୀୟ ଗାନ୍ଧୀ ସ୍ମୃତି ପୀଠ, ପୁରୀ ରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହମତି ରେ ଯେଉଁ କୃଷକ ବିଲ ପାରିତ ହୋଇଛି ତାହାର ବିରୋଧରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |କେନ୍ଦ୍ର ସରକାରଙ୍କ ଏମ ଏସ ପି ତିନିଗୁଣ ବଢାଇ କୃଷକ ମାନଙ୍କୁ ଦେବା ପାଇଁ କହିଥିଲେ | ମାତ୍ର କୃଷିଭିତ୍ତିକ ଦେଶ ଭାରତରେ ୮୦ ଭାଗ କୃଷକମାନଙ୍କ ଭବିଷ୍ୟତ ବଡ କମ୍ପାନୀ ମାନଙ୍କ ହାତରେ ଟେକିବା ଦୁର୍ଭାଗ୍ୟ ଜନକ |ତୁରନ୍ତ କୃଷକ ବିଲ ପ୍ରତ୍ୟାହାର ଦାବିରେ ଆଜି ଅନୁଷ୍ଠିତ ହୋଇଥିବା ସତ୍ୟାଗ୍ରହ ରେ ଅନ୍ୟ ମାନଙ୍କ ମଧ୍ୟରେ ପୁଷ୍କର ମହାପାତ୍ର, ବାନାମ୍ବର ବାରିକି, ବିନାୟକ ଦାସ ମହାପାତ୍ର, ବିରେନ୍ଦ୍ର ଭୂଷଣ ହୋତା, ବିଦୁତଲତା ଆଚାର୍ଯ୍ୟ, ସରସ୍ବତୀ ପାତ୍ର, ବିଶ୍ବନାଥ ଦାଶ, ଜୟନାରାୟଣ ପଟ୍ଟନାୟକ, ଅମରେନ୍ଦ୍ର ପାଇକରାଏ, ବିଶ୍ବଭୂଷଣ ଦାସ, ଦିଲ୍ଲୀପ ନାୟକ, ଅରୋପ୍ରସାଦ ମିଶ୍ର, ଶରତ ରଥ, ଉମାକାନ୍ତ ବେହେରା, ବିଭୁଦତ୍ତ ମିଶ୍ର, ଆଲୋକ କୁମାର ଦାଶ, ଆଶୁତୋଷ ମିଶ୍ର, ନିରଞ୍ଜନ ରଥ,ରାଜେଶ ମିଶ୍ର, ଗୋପାଳ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ
ପରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ “ଖବରଦାତା ସମ୍ମିଳନୀ “ଅନୁଷ୍ଠିତ ହୋଇଥିଲା |ଯେଉଁଥିରେ ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜ ପୁରୀ ଜିଲ୍ଲାରେ କଂଗ୍ରେସ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ପାଇଁ ଜିଲ୍ଲା କଂଗ୍ରେସ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ ଏବଂ ଯେ କୌଣସି କଂଗ୍ରେସ କର୍ମୀଙ୍କ ଭଲ ମନ୍ଦରେ ଯୋଗଦାନ କରିବା ପାଇଁ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଥିଲେ |ପରେ ଶ୍ରୀ ମନ୍ଦିରର ଖୋଲିବା ସଂପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି କହିଥିଲେ ଜଗନ୍ନାଥ ମହାପ୍ରଭୁ ଙ୍କ ମନ୍ଦିର ଖୋଲିବା ନିଷ୍ପତ୍ତି ସରକାର ଜନ ସାଧାରଣଙ୍କ ଉପରେ ଛାଡିଦେବା ଉଚିତ୍ ଏବଂ ଦର୍ଶନ ଲୋକ ମାନଙ୍କ ମଧ୍ୟରେ କରୋନା କୁ ନେଇ ସଚେତନତା ଏକ ପ୍ରକାର ଅଭ୍ୟାସ ହୋଇସାରିଲାଣି ତେଣୁ ଶ୍ରୀ ମନ୍ଦିର ଖୋଲାଗଲେ ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ସହିତ ସବୁ ଭକ୍ତ ସାନିଟାଇଜର ସାଙ୍ଗରେ ରଖି ଯଥା ସମୟରେ ବ୍ୟବହାର କଲେ ସବୁ ସମ୍ଭବ ହୋଇପାରିବ । ଶ୍ରୀ ମନ୍ଦିରର ଯେ ପର୍ଯ୍ୟନ୍ତ ଖୋଲାଯାଇ ନାହିଁ ସେ ପର୍ଯ୍ୟନ୍ତ ଅରୁଣ ସ୍ତମ୍ଭ ଠାରୁ ପତିତପାବନ ଦର୍ଶନ ଓ ପରେ ଶ୍ରୀ ମନ୍ଦିରର ଚତୁଃପାର୍ଶ୍ବ ପ୍ରଦକ୍ଷଣ ସୁବିଧା ଭକ୍ତଙ୍କ ପାଇଁ ଉପଲବ୍ଧ କରାଇବା ଉଚିତ୍ ।
ଅନ୍ୟ ଏକ ପ୍ରଶ୍ନର ଉତ୍ତର ରଖି ଶ୍ରୀଯୁକ୍ତ ମଙ୍ଗରାଜ ଶ୍ରୀ ମନ୍ଦିର ଉପରେ ପରୋକ୍ଷରେ ବା ପ୍ରତ୍ୟେକ୍ଷରେ ନିର୍ଭରଶୀଳ ପରିବାର ପ୍ରତିପୋଷଣ କିପରି ହେଉଛି ତାହା ଚିନ୍ତା ପ୍ରକଟ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO