

ପୋଲିସର ସୂଚନା ଅନୁଯାୟୀ, ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଥିବା ବେପରୁଆ ଗାଡ଼ି ଚାଳକଙ୍କ ଠାରୁ ୩୫ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେହିପରି କୋଭିଡ଼୍ କଟକଣା ଭଙ୍ଗ ତଥା ମୁହଁରେ ମାସ୍କ ପିନ୍ଧିନଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ୨ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏହିପରି ଜୋରିମାନା ବାବଦକୁ ମୋଟ୍ ୩୭ ହଜାର ୫୦୦ ଟଙ୍କା ଆଦାୟ କରାଯାଇଛି ।
ଏହା ବ୍ୟତୀତ ୧୯ଟି ଜୁଆ ଆଡ୍ଡା ଉପରେ ଚଢ଼ଉ କରାଯାଇଛି । ଅଭିଯୁକ୍ତ ମାନଙ୍କ ନିକଟରୁ ୧ ଲକ୍ଷ ୯୦ ହଜାର ୭୨୧ ଟଙ୍କା ଜବତ କରାଯାଇଛି । ଏସବୁ ମାମଲାରେ ୧୧୪ ଜଣଙ୍କୁ ଗିରଫ କରାଯାଇଛି ।
ଅନୁରୂପ ଭାବେ ୧୩ଟି ଅବକାରୀ ମାମଲା ରୁଜ୍ଜୁ କରାଯିବା ସହ ଚଢ଼ଉ ବେଳେ ଅଭିଯୁକ୍ତ ମାନଙ୍କ ନିକଟରୁ ୩୯୬.୬ ଲିଟର ମଦ ଜବତ ହୋଇଛି । ଘଟଣାରେ ୧୩ ଜଣଙ୍କୁ ଗିରଫ କରିଛି ପୋଲିସ ।