
ଗଞ୍ଜାମ– ବ୍ରହ୍ମପୁର ପୋଲିସ ଜିଲ୍ଲା ପକ୍ଷରୁ ୩୦ ତାରିଖ ସକାଳ ୬ଟା ଠାରୁ ୩୧ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ ୨୪ ଘଂଟା ମଧ୍ୟରେ କୋଭିଡ଼୍ କଟକଣା ଉଲ୍ଲଙ୍ଘନକାରୀ, ବେପରୁଆ ଗାଡି ଚାଳକ ଓ ବେଆଇନ ମଦ କାରବାର ଉପରେ ବ୍ୟାପକ ଚଢ଼ଉ କରାଯାଇଛି ।
ପୋଲିସର ସୂଚନା ଅନୁଯାୟୀ, ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଥିବା ବେପରୁଆ ଗାଡ଼ି ଚାଳକ ୧୪୨ ଜଣଙ୍କ ଚାଲାଣ କଟାଯାଇଛି । ସେମାନଙ୍କ ନିକଟରୁ ଜୋରିମାନା ବାବଦକୁ ୭୧ ହଜାର ଟଙ୍କା ଆଦାୟ କରାଯାଇଛି । ମୁହଁରେ ମାସ୍କ ପିନ୍ଧି ନଥିବା ୧୦୧ ଜଣ ବ୍ୟକ୍ତି ବିଶେଷଙ୍କ ନିକଟରୁ ୨୦ ହଜାର ୩୦୦ ଟଙ୍କା ଏବଂ ସାମାଜିକ ଦୂରତା କଟକଣା ଉଲ୍ଲଙ୍ଘନକାରୀଙ୍କ ନିକଟରୁ ୨ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏହିପରି ମୋଟ୍ ୯୩ ହଜାର ୩୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।
ବିଭିନ୍ନ ମାମଲାରେ ୪୫ ଜଣଙ୍କୁ ଗିରଫ କରିଛି ପୋଲିସ । ବିଭିନ୍ନ ଥାନାରେ ୫ଟି ଏତଲା ହୋଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO