

ପୋଲିସର ସୂଚନା ଅନୁଯାୟୀ, ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଥିବା ବେପରୁଆ ଗାଡ଼ି ଚାଳକ ୧୪୨ ଜଣଙ୍କ ଚାଲାଣ କଟାଯାଇଛି । ସେମାନଙ୍କ ନିକଟରୁ ଜୋରିମାନା ବାବଦକୁ ୭୧ ହଜାର ଟଙ୍କା ଆଦାୟ କରାଯାଇଛି । ମୁହଁରେ ମାସ୍କ ପିନ୍ଧି ନଥିବା ୧୦୧ ଜଣ ବ୍ୟକ୍ତି ବିଶେଷଙ୍କ ନିକଟରୁ ୨୦ ହଜାର ୩୦୦ ଟଙ୍କା ଏବଂ ସାମାଜିକ ଦୂରତା କଟକଣା ଉଲ୍ଲଙ୍ଘନକାରୀଙ୍କ ନିକଟରୁ ୨ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏହିପରି ମୋଟ୍ ୯୩ ହଜାର ୩୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।
ବିଭିନ୍ନ ମାମଲାରେ ୪୫ ଜଣଙ୍କୁ ଗିରଫ କରିଛି ପୋଲିସ । ବିଭିନ୍ନ ଥାନାରେ ୫ଟି ଏତଲା ହୋଇଛି ।