କମିଟି ତରଫରୁ ସଭାପତି ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ସାଧାରଣ ସମ୍ପାଦକ ସ୍ୱାଧୀନ କୁମାର ପଣ୍ଡା ଓ କାର୍ଯ୍ୟକାରୀ ସମ୍ପାଦକ ରାଜେଶ ମହାନ୍ତି କହିଛନ୍ତି ଯେ ଦୀର୍ଘ ବର୍ଷ ଧରି ଉତ୍କଳୀୟ ସାହିତ୍ୟ, ସଂସ୍କୃତି, ପରମ୍ପରାକୁ ବିଶ୍ୱ ଦରବାରରେ ଉଦଜୀବିତ କରି ରଖିବା ନିମନ୍ତେ ଯେଉଁ ପ୍ରୟାସ ଆରମ୍ଭ ହୋଇଥିଲା ତାହା ଆଜି ମହାଦ୍ରୁମରେ ପରିଣୟ ହୋଇ ପୁରୀ କୁମାର ଉତ୍ସବ ସମିତି ୫୩ ବର୍ଷରେ ପାଦ ଥାପିଥିବା ବେଳେ ସାହିତ୍ୟ, କଳା, ସଂସ୍କୃତି ଓ ପରମ୍ପରର ମହା ପର୍ବ ଭାବେ ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଅଛି ।
ଆପଣମାନଙ୍କ ଅକୁଣ୍ଠ ସାହାଯ୍ୟ, ସହଯୋଗ, ଭଲ ପାଇବା ଏବଂ ଏହି ଅନୁଷ୍ଠାନକୁ ଗଢି ତୋଳିଥିବା ଆମ ଗୁରୁଜନଙ୍କ ଆଶୀର୍ବାଦ ସ୍ବରୂପ ଏହା ସମ୍ଭବ ହୋଇପାରିଛି । ପ୍ରତିବର୍ଷ ଆମେ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ କରିଥାଉ
ଅର୍ଥାତ ଗଜଲକ୍ଷ୍ମୀ ପୂଜାର ପର ତିନିଦିନ ମହାଆଡମ୍ବର ସହିତ ।
କିନ୍ତୁ ଚଳିତ ବର୍ଷ କରୋନାର ମହାପ୍ରଭାବରେ ଆଡମ୍ବର ପୂର୍ଣ୍ଣ ନହୋଇ କୁମାର ଉତ୍ସବ ମଧ୍ୟ ଏକ ନିଡାମ୍ବର ଭାବେ ଚଳିତ ବର୍ଷ ନଭେମ୍ବର ୧,୨ ଓ ୩ ଆମେ ସେବା,ଶ୍ରଦ୍ଧା ଓ ସମର୍ପଣ ଭାବନେଇ ୫୩ତମ କୁମାର ଉତ୍ସବ ପାଳନ କରିବାକୁ ସ୍ଥିରକରାଯାଇଛି ।
ଆପଣଙ୍କ ଆଶିର୍ବାଦ ଓ ଭଲପାଇବା ଅପେକ୍ଷାରେ ।
ପ୍ରକାଶ ଥାଉକି ଉଦ୍ଯାପନୀ ଦିବସ ତା ୩.୧୧,୨୦୨୦ (ମଙ୍ଗଳବାର) ସନ୍ଧ୍ୟା ୫ ଘଟିକା ସମୟରେ (ରାଜ୍ୟ ସରକାରଙ୍କର ଅନ୍ ଲକ୍-୬ ଗାଇଡ୍ ଲାଇନ୍ ଅନୁସାରେ ମୁକ୍ତାକାଶ ରଂଗମଞ୍ଚ କିମ୍ବା ପୁରୀ ପୌର ସଦନ)ଠାରେ ଆମ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧା ଓ ସମ୍ମାନର ସହ
କୃତଜ୍ଞତା ପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯିବ ।
କାର୍ଯ୍ୟ ସୂଚୀ :-
୦୧.୧୧.୨୦୨୦ ରିଖ : ରବିବାର ଦିନ :-
ଫଳ ବଣ୍ଟନ ଓ ସମ୍ବର୍ଦ୍ଧନା
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ସମୟ : ୯ ଘଟିକା)
ଯକ୍ଷ୍ମା ଓ ସଂକ୍ରାମକ ରୋଗ ଚିକିତ୍ସାଳୟ (ସମୟ : ୧୧.୩୦ମି.)
ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ (ସମୟ : ୧୨ ଘଟିକା)
କମଳା ଦେବୀ ମାତୃମଙ୍ଗଳ କେନ୍ଦ୍ର (ସମୟ : ୧୨.୩୦ମି.)
ଶ୍ରୀଜଗନ୍ନାଥ ମେଡିକାଲ କଲେଜ୍ (ସମୟ : ୧ ଘଟିକା)
୦୨.୧୧.୨୦୨୦ ରିଖ : ସୋମବାର ଦିନ :-
ଫଳ ବଣ୍ଟନ ଓ ସମ୍ବର୍ଦ୍ଧନା
ଉତ୍କଳ ବାଳାଶ୍ରମ (ସକାଳ ୧୦ ଘଟିକା)
ସଂକଳ୍ପ ଫାଉଣ୍ଡେସନ ଟ୍ରଷ୍ଟ (ସମୟ ୧୧ ଘଟିକା)
ଅସ୍ତରାଗ (ସମୟ ୧୧.୩୦ ମି.)
ସହରାଞ୍ଚଳ ବାସହିନଙ୍କ ଆଶ୍ରୟସ୍ଥଳୀ (ଦିବା ୧୨.୩୦ ମି.)
ହୋପ୍ ଇଜ୍ ଲାଇଫ୍ (ଦିବା ୧ ଘଟିକା)
ନୀଳାଦ୍ରି ନିଳୟ (ଦିବା ୧.୩୦ ମି.)
୦୩.୧୧.୨୦୨୦ ରିଖ : ମଙ୍ଗଳବାର ଦିନ : –
(ସମୟ – ୪ ଘଟିକା)
ସମ୍ବର୍ଦ୍ଧନା ସଭା ଓ ସଙ୍ଗୀତ ପରିବେଷଣ
ସମେତ ବ୍ୟକ୍ତି ବିଶେଷ ବା ଅନୁଷ୍ଠାନ, ବାଣି,
(୧) କରୋନା ଯୋଦ୍ଧା ଡ. ସୁଦର୍ଶନ ବେହେରା,
ଡ଼. ଉପୂଳ କୁମାର ନନ୍ଦ, ଡ. ସୂର୍ଯ୍ୟକାନ୍ତ ପୃଷ୍ଟି,
ଡ.ଅବ ପଟ୍ଟନାୟକ
(୨) ଶ୍ରୀଯୁକ୍ତ ସିଦ୍ଧାର୍ଥ ରାୟ, ଶ୍ରୀଯୁକ୍ତ ହେକ୍ଟର ମିଶ୍ର, ପୁରୀ ଜିଲ୍ଲା କିନ୍ମର ସଂଘ, ପତଳୀ ଯୋଗ ଶିବିର
(୩) ପୁରୀ ସହରର ସମସ୍ତ ଥାନା ଅଧିକାରୀ ଏବଂ କର୍ମଚାରୀ ବୃନ୍ଦ
(୪ ) ସମସ୍ତ ଗଣମାଧ୍ୟମ ପ୍ରତିନିଧ ଓ କର୍ମଚାରୀ ବୃନ୍ଦ