ଛତ୍ରପୁର: ରକ୍ତଦାନ ମହତ୍ତ୍ୱ ଦାନ । ଏହି ମହାନ କାର୍ଯ୍ୟ କରିବାକୁ ଆଗେଇ ଆସିଛନ୍ତି ବଡମାଧପୁର ଗ୍ରାମର ଯୁବ ଗୋଷ୍ଠୀ । ଅଂଚଳର ଲୋକମାନଙ୍କୁ କିପରୀ ରକ୍ତ ଅଭାବ ନହେବ ସେଥି ନିମନ୍ତେ ଉଦ୍ୟମ ଜାରି କରିଛନ୍ତି । ଏଥି ସକାଶେ ଛତ୍ରପୁର ବ୍ଲକ ବଡମାଧପୁର ଶ୍ୟାମକାଳୀ ୟୁଥ୍ କ୍ଲବ ପକ୍ଷରୁ ଏକ ରକ୍ତଦାନ ଶିବିର ସ୍ଥାନୀୟ କ୍ଲବ ପରିସରରେ କ୍ଲବର ସଭାପତି ଦିଲ୍ଲୀପ କୁମାର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହାସହ କରୋନା ଉପରେ ସଚେତନତା ମଧ୍ୟ ରାଯାଇଛି ।
ଏଥିରେ ୫୭ ଜଣ ସ୍ୱେଚ୍ଛାସେବୀ ରକ୍ତ ଦାନ କରି ଉଦାହରଣ ସାଜିଛନ୍ତି । ପୂର୍ବରୁ ମଧ୍ୟ ଏହି କ୍ଲବ ପକ୍ଷରୁ ବିଭିନ୍ନ ଜନ ମଙ୍ଗଳ କାର୍ଯ୍ୟ କରିଆସୁଛନ୍ତି । କରୋନା ମହାମାରୀ ସମୟରେ ଲୋକମାନେ କିପରୀ ସୁରକ୍ଷିତ ରହିବେ ସେଥି ନିମନ୍ତେ ଲୋକମାନଙ୍କୁ କ୍କବ ପକ୍ଷରୁ ସଚେତନତା କରାଯାଇଛି । ଶିବିରକୁ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ ଉଦ୍ଘାଟନ କରଥିବା ବେଳେ ନେହୁରୁ ଯୁବ କେନ୍ଦ୍ରର ସଂଯୋଜକ ସୁକାନ୍ତ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ସଂପୂର୍ଣ୍ଣ ମାତ୍ରାରେ କ୍ଲବର ସଭାପତି ଦିଲ୍ଲୀପ କୁମାର ବେହେରା, ସାଧାରଣ ସଂପାଦକ ମାଧବ ଖୁଣ୍ଟିଆ ପ୍ରମୁଖ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ରକ୍ତ ଭଣ୍ଡାରର ପ୍ରଦୀପ କୁମାର ସୁବୁଦ୍ଧି, ଦିବାକର ତ୍ରିପାଠୀ, ରାମହରୀ ପଣ୍ଡା, ବାବୁନୀ ବେହେରା ଓ ବସନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ ।
Related Stories
May 5, 2024