ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ମାଲକାନଗିରି ପୌରାଚଂଳରୁ ୨ ଜଣ, ମାଲକାନଗିରି ବ୍ଲକରୁ ୬ ଜଣ, କାଲିମେଳା ବ୍ଲକରୁ ୨ ଜଣ, ପଡ଼ିଆ ବ୍ଲକରୁ ଜଣେ, ବାଲିମେଳା ବିଜ୍ଞାପିତ ଅଂଚଳରୁ ଜଣେ, ଖଇରପୁଟ ବ୍ଲକରୁ ୩ ଜଣ, କୋରକୋଣ୍ଡା ବ୍ଲକରୁ ଜଣେ, ଚିତ୍ରକୋଣ୍ଡା ବ୍ଲକରୁ ଜଣେ ରହିଛନ୍ତି ।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ବିଭିନ୍ନ କ୍ଲିନିକରୁ ରେଫର୍ ହୋଇ ଚିକିତ୍ସା ନିମନ୍ତେ ମେଡିକାଲକୁ ଆସି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଘରକୁ ଘର ବୁଲି ମେଡ଼ିକାଲ ଟିମ୍ ର ସର୍ଭେଲାନ୍ସ ବେଳେ ୧୦ ଜଣ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଜଣେ ସଂକ୍ରମିତ ହୋଇଛନ୍ତି ।
ଅଦ୍ୟାବଧି ଜିଲ୍ଲାରେ ୪୫୦୬ ଆକ୍ରାନ୍ତ ସୁସ୍ଥ ହେଲେଣି । କରୋନାଜନିତ ସକ୍ରିୟ ମାମଲା ୨୯୦ ରହିଛି । ସେହିପରି ଅଦ୍ୟାବଧି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬ ରହିଛି ।