
ଭୁବନେଶ୍ୱର– କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ କଟକରେ ପ୍ରସିଦ୍ଧ ବାଲିଯାତ୍ରା ହେବ ନାହିଁ । ଯାତ୍ରା ହେଲେ ପ୍ରବଳ ଲୋକଙ୍କ ସମାଗମ ହେବ । କୋଭିଡ୍ ସମୟରେ ଏଭଳି ବିରାଟ ଆୟୋଜନ ଅସମ୍ଭବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି । ଏଥିସହ ସାମୁହିକ ଭାବେ ବୋଇତ ବନ୍ଦାଣ ଉପରେ ମଧ୍ୟ ରୋକ୍ ଲଗାଯାଇଛି । ଏବର୍ଷ ବଡ଼ଓଷା ଓ ପଂଚୁକରେ ଧବଳେଶ୍ୱର ପୀଠକୁ ଭକ୍ତଙ୍କ ଯିବା ଉପରେ ମଧ୍ୟ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ ।
ସୂଚନାଯୋଗ୍ୟ, କରୋନା ଯୋଗୁ ଚଳିତ ବର୍ଷ ଏକାଧିକ ପର୍ବ ଓ ଉତ୍ସବ ପାଳନ ଉପରେ ରୋକ୍ ଲଗାଯାଇଛି ।
ଚଳିତ ବର୍ଷ ଗଣେଶ ପୂଜା ବନ୍ଦ ରହିଥିବା ବେଳେ ଦଶହରା ନିରାଡମ୍ବର ଭାବେ ପାଳନ କରାଯାଇଥିଲା । ଲକ୍ଷ୍ମୀପୂଜା ମଧ୍ୟ ନିରାଡମ୍ବରରେ ପାଳନ କରାଯାଉଛି । ପ୍ରତ୍ୟେକ ବର୍ଷ ମହାନଦୀ ପଠାରେ କାର୍ତିକ ପୂର୍ଣ୍ଣିମାଠାରୁ ପ୍ରସିଦ୍ଧ ବାଲିଯାତ୍ରା ମହୋତ୍ସବ ଆୟୋଜନ ହୋଇଥାଏ । ଏଠାରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମିଥାଏ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ବାଲିଯାତ୍ରା ବନ୍ଦ କରିବାକୁ ନିଷ୍ପତି ନେଇଛି ପ୍ରଶାସନ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO