କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ପୁରୀ ନଆସିବାକୁ ହବିଷ୍ୟାଳୀଙ୍କୁ ଅନୁରୋଧ। କରୋନା ମହାମାରୀ ଦୃଷ୍ଟିରୁ ପୁରୀ ନଆସିବାକୁ ଅନୁରୋଧ କଲା ପୁରୀ ପ୍ରଶାସନ। ଏବର୍ଷ ପୁରୀରେ ହବିଷ୍ୟାଳୀ ଶିବିର ନକରିବାକୁ ପ୍ରଶାସନର ନିଷ୍ପତ୍ତି ନିଆଯାଇଛି |
କରୋନା ପାଇଁ ଚଳିତ ବର୍ଷ ପୁରୀରେ ହବିଷ୍ୟାଳୀ ଶିବିର କରାଯିବ ନାହିଁ। ପୁରୀକୁ କୌଣସି ହବିଷ୍ୟାଳୀ ନଆସିବାକୁ ଅନୁରୋଧ କରାଯିବା ସହ ପୁରୀ ନଆସି ନିଜ ନିଜ ଘରେ ରହି କାର୍ତ୍ତିକ ବ୍ରତ କରିବାକୁ ଅନୁରୋଧ କରାଯାଇଛି। ପ୍ରଶାସନ ନିଷ୍ପତ୍ତି ନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସୂଚନା ଦେଇଛନ୍ତି |
ଜିଲ୍ଲା ପ୍ରଶାସନ ତରଫରୁ କାର୍ତ୍ତିକ ମାସରେ ସମସ୍ତ ଭକ୍ତ ଯେପରି ମହାପ୍ରସାଦ ପାଇପାରିବେ, ଏନେଇ ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧାନରେ ବୈଠକ ଆରମ୍ଭ ହୋଇଛି।