
କୈଳାଶ ଚନ୍ଦ୍ର ପଣ୍ଡା. ପୁରୀ- ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନ ର ମୁଖ୍ୟ କୁମାର ଭାଇଙ୍କ ଦ୍ୱାରା କୋଣାର୍କ ଠାରେ ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ରୃକ୍ମୁଣୀ ଦେବୀଙ୍କ ବିୟୋଗରେ ଏକ ଶୋକସଭା ଶ୍ରଦ୍ଧାଞ୍ଜଳି ଅନୁଷ୍ଠାନ ପକ୍ଷରୁ ବଡ଼ଶଙ୍ଖ ସଦଭାବନା ପରିସରରେ ଅଧ୍ୟକ୍ଷ ପ୍ରଫେସର କାର୍ତ୍ତିକ କୁମାର ଦାସ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା |ଶ୍ରୀଯୁକ୍ତ ଦାସ କହିଥିଲେ କୋଣାର୍କ ଭଗବତୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ କାର୍ଯ୍ୟ ସମ୍ପାଦନ କରୁଥିଲା ବେଳେ ମା ରୃକ୍ମୁଣୀ ଦେବୀଙ୍କର ସଂସ୍ପର୍ଶରେ ଆସି ମାତୃ ସେବାର ପରକାଷ୍ଟ ଅନୁଭବ କରିଥିଲି |ଶିକ୍ଷାବିତ୍ ଅଶୋକ କୁମାର ମହାପାତ୍ର ଓ ସମାଜସେବୀ ଶ୍ରୀନିବାସ ବେହେରା ଯୋଗଦେଇ ମା ରୃକ୍ମୁଣୀ ଦେବୀଙ୍କର ଜୀବନଚର୍ଯ୍ୟା ସମ୍ବଦ୍ଧିୟ ଆଲୋକପାତ କରିଥିଲେ |ସେଥିଲେ ଅନାଥ ଓ ଅସହାୟ ଶିଶୁ ମାନଙ୍କର ମାତୃସ୍ୱରୂପିଣୀ |ସାମ୍ବାଦିକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଭବାନୀ ପ୍ରସାଦ ବଳିୟାରସିଂହ, ସମାଜସେବୀ ପ୍ରଭାକର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ |ପରଶେଷରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା |