Related Stories
November 23, 2024
ମାଲକାନଗିରି-ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସଦର ମହକୁମା ଠାରେ ଥିବା ବଜାର ରେ ଅପମିଶ୍ରିତ ଏବଂ ଗ୍ୟାସ ମିଶ୍ରିତ ମାଛ ବିକ୍ରି ହେଉଥିବା ନେଇ ଅଭିଯୋଗ ହେବା ପରେ ଆଜି କାଲିମେଳା ତହସିଲଦାର ଙ୍କ ନିର୍ଦେଶ କ୍ରମେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍କେଟ୍ ରେ ଚଢାଉ କରାଯାଇ ମାଛ ଗୁଡିକ ଯାଞ୍ଚ କରାଯାଇଥିବା ଦେଖିବାକୁ ମିଳିଛି l ତହସିଲଦାର ଆଲୋକ କୁମାର ଅନୁଗୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା ଅବିଦ ହୁସେନ୍ ଖାନ ସମେତ ଅନ୍ୟାନ୍ୟ ମେଡିକାଲ କର୍ମଚାରୀ ମାନେ ଉପସ୍ଥିତ ରହି ବିକ୍ରି ହେଉଥିବା ମାଛ ଗୁଡିକ ଖାଇବା ଉପଯୋଗୀ କି ନାହିଁ କିମ୍ବା ଏହି ମାଛ ଗୁଡିକରେ କିଛି କେମିକାଲ କିମ୍ବା ଗ୍ୟାସ୍ ବ୍ୟବହୃତ ହେଉଛି କି ନାହିଁ ତାହାକୁ ପରୀକ୍ଷା କରିବା ପାଇଁ ନମୁନାସଂଗ୍ରହ କରାଯାଇଥିଲା l ଏ ବିଷୟରେ ତହସିଲଦାର ଶ୍ରୀ ଅନୁଗୁଳିଆଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ମାଛ ବେପାରୀ ମାନେ ପଡିଶା ରାଜ୍ଯ ଆନ୍ଧ୍ର ପ୍ରଦେଶ ରୁ ମାଛ ଆଣି ଅତି କମ ଦାମରେ ବିକ୍ରି କରୁଛନ୍ତି ଏବଂ ମାଛ କୁ ତାଜା ରଖିବା ପାଇଁ ସେଥିରେ କେମିକାଲ ମିଶ୍ରଣ କରୁଥିବା ଅଭିଯୋଗ ହୋଇଥିଲା l ଏହି ଅପମିଶ୍ରିତ ମାଛ ଗୁଡିକ ପ୍ରାୟ ଦୁଇ ଦିନ ପଯ୍ୟନ୍ତ ରଖି ତାକୁ ବିକ୍ରି କରୁଛନ୍ତି l ଯାହାଦ୍ୱାରା ଏହି ମାଛ ଖାଇ ଲୋକ ମାନେ ନାନାଦି ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଥିଲା l ତେଣୁ ଆଜି ବିକ୍ରି ହେଉଥିବା ବିଭିନ୍ନ ପ୍ରକରର ମାଛ ନମୁନା ଆମେ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛୁ ଏହାର ରିପୋର୍ଟ ଆସିବା ପରେ ଯାହା କିଛି ପଦକ୍ଷେପ ନିଆଯିବ ବୁଲି ସେ ସୂଚନା ଦେଇଛନ୍ତି l