
ମାଲକାନଗିରି-ଦୀର୍ଘ ଦିନ ହେଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଗୁଣ୍ଠାୱାର୍ଡl ଗ୍ରାମ ପଞ୍ଚାୟତ ତଥା ପଡୋଶୀ ପଞ୍ଚାୟତ ର ପଚାଶ ରୁ ଉର୍ଦ୍ଧ ଗ୍ରାମକୁ ଯାତାୟାତ ପାଇଁ ବାଧକ ସାଜି ଥିବା ଆରଙ୍ଗି ନଦୀ ଘାଟ ରେ , ଡ଼ଙ୍ଗାରେ ଯାତାୟାତ କରୁଥିବାରେ ବହୁ ସମସ୍ୟା ଦେଖା ଦେଉଥିବାରୁ ବହୁବାର ଆପତ୍ତି ଅଭିଯୋଗ ପରେ ପରେ ଆଜି ତାହା ର ଅନ୍ତ ଘଟିବାକୁ ଯାଉଛି, !ଗୁଣ୍ଠାୱାର୍ଡl ପଞ୍ଚାୟତ ବାସି ଦାବି କୁ ପୂରଣ କରିବାକୁ ଯାଇ ମାଲକାନଗିରି ଜିଲାପାଳ ମନୀଷ ଅଗ୍ରୱାଲ ତଥା ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଙ୍କ ମିଳିତ ଉଦ୍ୟମ ରେ ଆଜି ଆରଙ୍ଗି ଡ଼ଙ୍ଗା ଘାଟନଦୀରେ ବ୍ରିଜ ନିର୍ମାଣ ହେବା ପାଇଁ ଶୁଭ ପୂଜା କରାଯାଇଛି,ଯେଉଁ ବ୍ରିଜ ଟେଣ୍ଡର ସରି ଯାଇଛି ଯାହା ର ନିର୍ମାଣ କାମ କୋରାପୁଟ ଜିଲ୍ଲା ଶିମିଳିଗୁଡ଼ା ର ଗୁପ୍ତେଶ୍ୱର କନଷ୍ଟ୍ରକସନ କରିବ,! ତେଣୁ ଆଜି ଗୁଣ୍ଠାୱାର୍ଡl ପଞ୍ଚାୟତ ବାସିଙ୍କ ଉପସ୍ଥିତିରେ ଗୁପ୍ତେଶ୍ୱର କନଷ୍ଟ୍ରକସନର ପରିଚାଳକ ସୁବାସ ସ୍ୱାଇଁ ନବ ନିର୍ମାଣ ଆରଙ୍ଗି ବ୍ରିଜର ଶୁଭ ପୂଜାରେ କର୍ତ୍ତା ହୋଇ ବସିଥିବା ବେଳେ ସ୍ଥାନୀୟ ଚିତ୍ରକୋଣ୍ଡା ନୀଳକଣ୍ଠମନ୍ଦିରର ପୂଜକ କୋକ ପାଢ଼ୀ ଙ୍କ ପୌରୋହିତ୍ୟରେ ପୂଜା କାର୍ଯ୍ୟ ସମାପନ ହୋଇଥିଲା !ବ୍ରିଜଟିରେ ନଅ ଗୋଟି ପିଲର ଉପରେ ୨ ୨ ୯, o4 ମିଟର ଲମ୍ବାର ବ୍ରିଜ ନିର୍ମାଣ ହେବ, ଏବଂ ଯାହାର ଓସାର ୮, ୫ ମିଟରରେ କରାଯିବ ବୋଲି ସୂଚନା ମିଳିଛି !,ଏହି ବ୍ରିଜ ଟି ନିର୍ମାଣ ହେବା ଦ୍ଵାରା ୫0 ରୁ ଉର୍ଦ୍ଧ ଗ୍ରାମକୁ ସଂଯୋଗ ହେବା ସହ ଆନ୍ଧ୍ର ସିଲେରୁ କୁ କମ ସମୟରେ ଯାଇ ପହଂଚି ହେବ, ବ୍ରିଜ ଦ୍ଵାରା ବହୁ ଜନସାଧାରଣ ଉପକୃତ ହୋଇ ପାରିବେ, ଉକ୍ତ ଶୁଭ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଗଙ୍ଗାଧର ବଡ଼ନାୟକ ଓ ପିତାମ୍ବର ଖେମୁଡୁ !
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO