
ପାଟନା,ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ମତଦାନ ଗ୍ରହଣ କରାଯାଉଛି । ମତଦାନ ହେଉଥିବା ଅଂଚଳରେ ସୋମବାର ଠାରୁ ନିର୍ବାଚନ ପ୍ରଚାର ଶେଷ ହୋଇଯାଇଛି । ମତଦାନ ଆରମ୍ଭ ହୋଇଯାଇଥିବା ବେଳେ ଏହା ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ । ନିର୍ବାଚନରେ ଅବତୀର୍ଣ୍ଣ ସମସ୍ତ ପ୍ରାର୍ଥୀମାନେ ନିଜ ସ୍ତରରେ ପ୍ରସ୍ତୁତି ଅଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କିଛି ଜଣାଶୁଣା ନେତାଙ୍କ ମଧ୍ୟରେ ଲଢ଼େଇ ହେଉଛି । ଏଥିରେ ମୋଟ ୮ ଜଣ ମନ୍ତ୍ରୀ ଅଛନ୍ତି । କିଛି ଭିଆଇପି ଆସନ ଅଛି, ଯେଉଁଠାରେ କି ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରି ଦିଆଯାଇଛି । ସେହିପରି କରୋନା କଟକଣା ମଧ୍ୟରେ ନିର୍ବାଚନ ହୋଇଥିବାରୁ ମାସ୍କ ପିନ୍ଧିବା, ସାମାଜିକ ଦୂରତାକୁ ରକ୍ଷା କରିବା ଆଦି ଗୁରୁତ୍ୱ ଦିଆଯାଇଛି ।