ନୂଆଦିଲ୍ଲୀ– କରୋନାରେ ବିଶ୍ୱରେ ୪ କୋଟି ୪୨ ଲକ୍ଷ ୩୪ ହଜାର ୧୮୨ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୧ ଲକ୍ଷ ୭୧ ହଜାର ୨୬୦ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୩ କୋଟି ୨୪ ଲକ୍ଷ ୪୦ ହଜାର ୯୯୨ ଜଣ ସୁସ୍ଥ ହୋଇଥିବା ବେଳେ କୋଟିଏ ୬ ଲକ୍ଷ ୨୧ ହଜାର ୯୩୦ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୭୯ ହଜାର ୮୮୧ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।
ଯୁକ୍ତରାଷ୍ଟ୍ର ଆମେରିକାରେ ଆଜି ସକାଳ ସାଢ଼େ ୬ଟା ୩୦ ସୁଦ୍ଧା ୯୦ ଲକ୍ଷ ୩୭ ହଜାର ୯୫୧ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୩୨ ହଜାର ୮୫ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୫୮ ଲକ୍ଷ ୭୬ ହଜାର ୭୪୦ ଜଣ ସୁସ୍ଥ ହୋଇଥିବା ବେଳେ ୨୯ ଲକ୍ଷ ୨୯ ହଜାର ୧୨୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୬ ହଜାର ୭୪୮ ଜଣ ଗୁରୁତର ଅଛନ୍ତି ।