କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ପ୍ରତି ବର୍ଷ ଶ୍ରୀଜଗନ୍ନାଥ ମନ୍ଦିରରେ ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ପ୍ରତ୍ୟହ ଶ୍ରୀଜୀଉମାନଙ୍କର ପବିତ୍ର “ରାଧା ଦାମୋଦର” ବେଶ ଅନୁଷ୍ଠିତ ହୋଇଥାଏ । ଉତ୍କଳିୟ ମାନଙ୍କପାଇଁ କାର୍ତ୍ତିକ ମାସ ସର୍ବଶ୍ରେଷ୍ଠ ଧର୍ମମାସ । ପଦ୍ମ ପୁରାଣର ବର୍ଣ୍ଣନା ଅନୁଯାୟୀ କର୍ତ୍ତିକ ମାସରେ ଶ୍ରୀ ବିଷ୍ଣୁ ହେଉଛନ୍ତି ‘ଦାମୋଦର’ ,ସ୍କନ୍ଦପୁରାଣରେ ଏହି ମାସକୁ ପୂଣ୍ୟ ମାସ ଭାବରେ ବର୍ଣ୍ଣନା କରାଯାଇଛି। ରାଧା ଙ୍କ ସହ ମାଧବଙ୍କ ଉପାସନା ଅଥବା ଶ୍ରୀବିଷ୍ଣୁଙ୍କ ଅବତାର,ଶ୍ରୀକୃଷ୍ଣଙ୍କ ସହିତ ଉପାସନା ସର୍ବତ୍ର ଆଦୃତ ଅଟେ । ରାଧାଙ୍କ ନାମ ସହିତ ଦାମୋଦରଙ୍କ ଉପାସନା ଉତ୍କଳର ପୁରୁଷୋତ୍ତମ କ୍ଷେତ୍ରରେ ବିଶେଷ ଭାବେ ପ୍ରଚଳିତ |ଶ୍ରୀମନ୍ଦିର ସ୍ବତଲିପି ଅନୁଯାୟୀ ଆଜି ତା୨୭.୧୦.୨୦ ଶ୍ରୀମନ୍ଦିରରେ ପ୍ରାତଃ ୫.୫୦ ରେ ମଙ୍ଗଳ ଆଳତି ଓ ସକାଳ ୭.୦୦ ଟାରେ ଅବକାଶ ନୀତି ଶେଷ ହେବା ପରେ ଶ୍ରୀବିଗ୍ରହମାନଙ୍କର “ରାଧା ଦାମୋଦର ବେଶ” ଅନୁଷ୍ଠିତ ହୋଇଥିଲା ।ଶ୍ରୀଜୀଉ ମାନଙ୍କ ଏହି ମନୋରମ “ରାଧା ଦାମୋଦର ବେଶ” ରେ ବିଭିନ୍ନ ପାଟବସ୍ତ୍ର, ଓ ସୁବର୍ଣ୍ଣ ଅଳଙ୍କାର ଠାକୁର ମାନଙ୍କୁ ଲାଗି କରାଯାଇଥିଲା ।ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ତ୍ରିକଛ ପରିଧାନ କରିଥାନ୍ତି । ଦୁଇ ହସ୍ତରେ ସୁବର୍ଣ୍ଣ ନଳୀ ଭୁଜ, ତ୍ରିମୁଣ୍ଡିରେ ବାଉଁଶ ପାତିଆ ଓ କନା ରେ ନିର୍ମିତ ଚୂଳର ଅଗ୍ର ଭାଗରେ ରୂପା ଚନ୍ଦ୍ରିକା,ଦୁଇ କର୍ଣ୍ଣରେ କୁଣ୍ଡଳ,କାଟି ଦେଶରେ ଓଡ଼ିଆଣି,କମରପଟି, କପାଳରେ ତିଳକ, ଚନ୍ଦ୍ର,ସୂର୍ଯ୍ୟ ଏବଂ ରମାନନ୍ଦି ଚିତା ଇତ୍ୟାଦି ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉ ମନେ ଭୂଷିତ ହୋଇଥିଲେ । ଦେବୀ ସୁଭଦ୍ରା ଓଡ଼ିଆଣୀ, ଚନ୍ଦ୍ର,ସୂର୍ଯ୍ୟ ଓ ମସ୍ତକରେ ତଡଗୀ ଲାଗି ହୋଇଥିଲେ । ଏହାପରେ ମହାପ୍ରଭୁଙ୍କ ରୋଷ ହୋମ,ସୂର୍ଯ୍ୟପୂଜା,୮.୩୦ ଦ୍ୱାରାପାଳପୂଜା, ୮.୪୫ ଗୋପାଳବଲ୍ଲଭ, ୯.୨୦ ସକାଳଧୂପ, ଦିବା୧୧.୦୦ ବଲ୍ଲବ, ୧୨.୦୫ ମଇଲମ, ୧୨.୩୦,ବେଶ ଶେଷ୧.୩୫ ହୋଇ ମଧ୍ୟାନ ଧୂପ ୩.୩୫ ପରେ ପାଣିପଡି ବେଶ ଉଲାଗି ହୋଇ ମହାପ୍ରଭୁଙ୍କ ଅନ୍ୟାନ୍ୟ ଦୈନଦିନ ନୀତିମାନ ଅନୁଷ୍ଟିତ ହୋଇଥିଲା ।
Related Stories
November 23, 2024