
ମାଲକାନଗିରି-ମାଲକାନଗିରି ଜିଲ୍ଲାର ଦୁଇ ଜଣ ପ୍ରଥମ ଶ୍ରେଣୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଙ୍କ ବଦଳି ହୋଇଥିବାରୁ କଳିଙ୍ଗ ସାହିତ୍ୟ ପରିଷଦ ତରଫରୁ ଉଭୟଙ୍କୁ କଲମ ଓ ସାହିତ୍ୟ ପତ୍ରିକା ପ୍ରଦାନ କରାଯାଇ ସମ୍ବର୍ଦ୍ଧନା କରାଯାଇଥିଲା !ପ୍ରକାଶ ଥାଉକି ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ପଦ୍ମନାଭ ମାଝୀ ଏଠାରୁ ବଦଳି ହୋଇ କଟକ ଜିଲ୍ଲା ସାଲେପୁର ଏବଂ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀକାନ୍ତ ପାଢ଼ୀ କଟକ ବଡ଼ମ୍ବା କୁ ବଦଳି ହୋଇଥିବାରୁ କଳିଙ୍ଗ ସାହିତ୍ୟ ପରିଷଦ କାର୍ଯ୍ୟକାରୀ ସଭାପତି ପ୍ରକାଶ ପଟନାୟକ ଏବଂ ସମ୍ପାଦକ ପ୍ରତିନିଧି ଡ଼ଃ ରଞ୍ଜନ କୁମାର ସ୍ୱାଇଁ ଉଭୟ ସାହିତ୍ୟ ପ୍ରେମୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିଥିଲେ !ଯୁବ ମାଜିଷ୍ଟ୍ରେଟ ଦ୍ବୟ ସାହିତ୍ୟରେ ରୁଚି ରଖିବାସହ କବିତା ଲେଖିବା ଓ ସାହିତ୍ୟ ଅନୁଷ୍ଠାନ ସହ ସାହିତ୍ୟକ ମାନଙ୍କୁ ଭଲ ପାଉଥିଲେ !ଏହି ସମ୍ବର୍ଦ୍ଧନା ସଭାରେ ଏ ପିପି ହୃଷିକେଶ ପଣ୍ଡା, ଏ ପିପି ଦୁର୍ଗା ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ !ସେହିପରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ର ସଚିବ ଅମରେଶ ନୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଉପ ଖଣ୍ଡିୟ ଦଣ୍ଡାଧିସ କୃଷ୍ଣ ଚନ୍ଦ୍ର ନାୟକ, ସବ ଜର୍ଜ ସୁଚେତା କୃପାଳିନୀ ଯୋଗଦେଇ ବଦଳି ହୋଇଥିବା ଦୁଇ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀକାନ୍ତ ପାଢ଼ୀ ଓ ପଦ୍ମନାଭ ମାଝୀ ସମ୍ବର୍ଦ୍ଧନା କରିଥିଲେ !ଉପସ୍ଥିତ ଅଥିତି ମାନେ ବଦଳି ହୋଇଥିବା ମାଜିଷ୍ଟ୍ରେଟ ଙ୍କ କାର୍ଯ୍ୟାବଳୀ ଓ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ !
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO