ପାରାଦ୍ୱୀପ– ପାରାଦ୍ୱୀପ ସମୁଦ୍ର ତଟରେ ଏକ ମାଛଧରା ଟ୍ରଲର ଦୁର୍ଘଟଣା ପରେ ନିଖୋଜ ଥିବା ୪ ମତ୍ସ୍ୟଜିବୀଙ୍କୁ ଗତକାଲି ରାତିରେ ଅନ୍ୟ କେତେକ ମତ୍ସ୍ୟଜିବୀ ଉଦ୍ଧାର କରିଥିବା ସୂଚନା ମିଳିଛି ।
ପ୍ରକାଶ ଥାଉ କି, ପାରାଦ୍ୱୀପ ସମୁଦ୍ର ତଟରେ ‘ମାମିନା’ ନାମକ ଏକ ମାଛଧରା ଟ୍ରଲର କୌଣସି କାରଣରୁ ଗତକାଲି ଭୋର୍ ସମୟରେ ଭାରସାମ୍ୟ ହରାଇ ବୁଡି ଯାଇଥିଲା । ଏହି ମାଛ ଧରା ଟ୍ରଲରରେ ୯ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ପଡ଼ୋଶୀ ଟ୍ରଲର ଉଦ୍ଧାର କରିଥିଲେ । ହେଲେ ଘଟଣା ପରେ ଅନ୍ୟ ୪ ଜଣ ନିଖୋଜ ଥିଲେ ।