ଗଞ୍ଜାମ– ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ନିକଟ ଆହାର କେନ୍ଦ୍ର ସାମ୍ନା କମାରଶାଳରୁ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ପାଟଣାସାହି ବାସିନ୍ଦା ରଙ୍କ ମୂଳିଙ୍କ ପୁଅ ନିରଞ୍ଜନ ମୂଳି ବୋଲି ଜଣାପଡ଼ିଛି । ଖବର ପାଇ ହିଞ୍ଜିଳି ଥାନା ସବ୍ ଇନସ୍ପେକ୍ଟର ପ୍ରଦୀପ୍ତ କୁମାର ଦାସ, ମମତା ସାମନ୍ତରାୟ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରି ୩୦/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲ ପଠାଇଛନ୍ତି । ତେବେ କିପରି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି, ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ । ମୃତକଙ୍କ ୩ଟି ସନ୍ତାନ ଥିବା ଜଣାପଡିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଥାନା ସୂତ୍ରରୁ ପ୍ରକାଶ।