ରାଉରକେଲା- ବିଧାୟକ ନୁହେଁ ରାଜ୍ୟ ସରକାରଙ୍କ ୫-ଟି ସଚିବଙ୍କ ଲାଗି ରାଉରକେଲା ମହାନଗର ରାତିଅଧିଆ କିଛି ରାସ୍ତାଗୁଡିର ମରାମତି କାମ କଲା ବୋଲି ଲିଡ ରାଉରକେଲା ପକ୍ଷରୁ ସଫେଇ ଦିଆଯାଇଛି । ରାଉରକେଲା ବିଧାୟକ ସାରଦା ବାବୁ ହନୁମାନ ବାଟିକା ରାସ୍ତା ମରାମତି ରାତି ଅଧରେ ହେଉଥିବା ବେଳେ ସେଠାରେ ପହଁଚି ବେଲଚା ମାରିବା ଦୃଶ୍ୟ ଆଜି ସକାଳୁ ସୋସିଆଲ ମିଡିଆରେ ଭାଇରାଲ୍ ହେବା ସହ କେତେକ ଟିଭିରେ ମଧ୍ୟ ଏ ସଂକ୍ରାନ୍ତୀୟ ଖବର ପ୍ରସାରଣ ହୋଇଥିଲା । ଫଳରେ ସାରଦା ବାବୁଙ୍କୁ ଅନେକ ପ୍ରଶଂସା କରିବା ସହ ତାଙ୍କ ଏରିଆରେ ଥିବା ସମସ୍ୟାକୁ ସମାଧାନ ଲାଗି ଅନୁରୋଧ ରଖିଲେ । ଏହି ଖବର ଲିଡ୍ ରାଉରକେଲାର ଅଇର ମହାନ୍ତି ପ୍ରମୁଖଙ୍କ ପାଖରେ ପହଁଚିବା ପରେ ସେମାନେ କହିଛନ୍ତି ଏଥିରେ ସାରଦା ବାବୁଙ୍କର କିଛି ପାରିବା ପଣିଆ ନାହିଁ । ଦୁଇଦିନ ତଳେ ସେମାନେ ସହରର ରାସ୍ତା ଘାଟର ସମସ୍ୟା ନେଇ ଆରଏମସିକୁ ଯାଇଥିବା ବେଳେ ସେଠାରେ ଆରଏମସି ବର୍ତମାନ ରାସ୍ତା ଗୁଡିକର ମରାମତି କରିବା ସମ୍ଭବ ନୁହେଁ ବୋଲି ଜଣାଇଥିଲା । କମିଶନର ଛୁଟିରେ, ଡେପୁଟୀ କମିଶନର ଏହି କଥା କହୁଛନ୍ତି । ରାତି ପାହିଲେ ପୁଜା ଆସୁଛି । ଲୋକେ ଯାତାୟାତ ବେଳେ ଦୁର୍ଘଟଣାରେ ପଡିବେ । ଏଲଆଣ୍ଡଟି ରାସ୍ତା ଖୋଳିଛି ହେଲେ ମରାମତି ନକରି ଚୁପ୍ ହୋଇ ବସିଛି । ତା’ ପଛରେ ବି ଜଣେ ବଡ ନେତାଙ୍କ ଆର୍ଶିବାଦ ରହିଛି । ଏତେ ସବୁ ସମସ୍ୟା ଥିବାରୁ ଲିଡ୍ ରାଉରକେଲା ପକ୍ଷରୁ ଏନେଇ ରାଜ୍ୟ ୫-ଟି ସଚିବ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସମସ୍ୟା ବାବଦରେ ଅବଗତ କରାଯାଇଥିଲା । ଫଳରେ ରାତା ରାତି ଭୁବନେଶ୍ୱରରୁ ଆଦେଶ ଆସିବାରୁ ରାତି ଅଧିଆ କାମ ଆରମ୍ଭ ହେଲା । ଏ ଖବର ପାଇ ସାରଦା ବାବୁ ସେଠାରେ ପହଁଚି ବେଲଚା ମାରି କୁଆଡେ ବାହାଦୁରୀ ନେବାକୁ ଚାହୁଁଥିଲେ ବୋଲି ଲିଡ ରାଉରକେଲା ପକ୍ଷରୁ କୁହାଯାଇଛି । ତେବେ ଏହି ମାମଲାର ଶ୍ରେୟ କିଏ ନେବ ସେନେଇ ସହରରେ ଚର୍ଚ୍ଚା ଜୋର୍ ଧରିଛି । ଖାଲି ଏହି ରାସ୍ତା ନୁହେଁ ସହରର ଛେଣ୍ଡ କଲୋନୀ ଠାରୁ ବାସନ୍ତୀ କଲୋନୀ, ସିଭିଲଟାଉନ ଅଂଚଳରେ ରାସ୍ତା ସବୁ ଏଲଆଣ୍ଡଟି ଖୋଳି ନିଜ ପାଇପ କାମ କରି ତାକୁ ଆଉ ମରାମତି କରିନାହିଁ । ଫଳରେ ଲୋକେ ନାନା ସମସ୍ୟାରେ ପଡୁଛନ୍ତି । ଏକଥା କେବେ ହେଲେ ବିଧାୟକଙ୍କୁ ଦେଖାଯାଉନଥିଲା । ଯେମିତି ୫-ଟି ସଚିବ କହିଲେ କାମ ଆରମ୍ଭ ହେଲା ଓ ସେମିତି ରାତିଅଧିଆ ବିଧାୟକ ରାସ୍ତାରେ ଶ୍ରମିକ ପାଲଟି ବାହାଦୁରୀ ନେବାକୁ ଆଗେଇ ଗଲେ ବୋଲି ସମାଲୋଚନା କରାଯାଇଛି ।