-
ଡିଜିଙ୍କ ହସ୍ତକ୍ଷେପ ପରେ ଶେଷରେ ଟଙ୍କା ଫେରାଇଲେ ଅଧିକାରୀ
ରାଉରକେଲା – ରାଉରକେଲା ପୁଲିସ ଜିଲ୍ଲାର ପ୍ରାୟ ୧ହଜାର ହୋମ୍ ଗାର୍ଡଙ୍କର ପୋଷାକ ସିଲେଇ ଲାଗି ରାଜ୍ୟ ସରକାର ଜଣକା ଦେଇଥିବା ୪୫୦ ଟଙ୍କାକୁ ଭୁଆଁ ବୁଲାଇ ସେମାନଙ୍କର ଏହି ଅର୍ଥକୁ ହଡପ କରିବାକୁ ଉଦ୍ୟମ କରିଥିବା ବାବୁ ହୋମ ଗାର୍ଡ ମାନଙ୍କ ପାଖରେ ଧରା ପଡିବା ସହ ସେମାନଙ୍କର ଏହି ଅର୍ଥକୁ ପୁଣି ଥରେ ଫେରାଇଥିବା ଖବର ମିଳିଛି । ଏହି ଖବର ବିଳମ୍ବରେ ଆସିଥିଲେ ବି ଏବେ ଏହା ଜାଣିବା ଶୁଣିବା ମହଲରେ ଚର୍ଚ୍ଚା ବିଷୟ ହୋଇଛି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଲକ୍ଷାଧିକ ରୋଜଗାର କରୁଥିବା ବାବୁ ମାନଙ୍କର ଏହି ୯ ହଜାର ଦରମା ପାଉଥିବା କର୍ମଚାରୀଙ୍କ ଅର୍ଥ ଉପରେ ନଜର କାହିଁକି ? ଯଦି ଏଭଳି ଅଫିସର ରହିବେ ତେବେ ସେମାନେ ପୁଲିସ ଭଳି ଏକ ଗୁରୁତ୍ୱ ପୁର୍ଣ ବିଭାଗରେ କିଭଳି କାମ ତୁଲାଉଥିବେ ତାହା ମଧ୍ୟ ଏବେ ବିଚାର କରିବାର ସମୟ ଆସିଛି ବୋଲି ଆଲୋଚନା ଚାଲିଛି ।
କଥା ୨ ମାସ ତଳର,ରାଜ୍ୟ ସରକାର ରାଉରକେଲା ହୋମଗାର୍ଡ ମାନଙ୍କୁ ସେମାନଙ୍କ ୟୁନିଫର୍ମ ସିଲାଇ କରିବାକୁ ୪୫୦ ଲେଖା ଟଙ୍କା ଦେରମାରେ ଦେଇଥିଲେ । ହଠାତ୍ ଜଣେ ବଡବାବୁ ଏହି ହୋମ ଗାର୍ଡ ମାନଙ୍କୁ କହିଲେ ସେ ସବୁ ପଇସା କନେଷ୍ଟବଳଙ୍କ ଲାଗି ଆସିଛି , ଭୁଲରେ ତମମାନଙ୍କ ପାଖକୁ ଚାଲିଯାଇଛି । ତେଣୁ ସେ ଟଙ୍କା ଆଣି ପଇଠ କର । ସେଇଆ ହେଲା ଡରି ମରି ସମସ୍ତେ ଟଙ୍କା ଫେରାଇଦେଲେ । କାରଣ କାଳେ କେତେବେଳେ ଚାକିରୀ ଜିବ, ଆଉକଣ ହୋଇପାରେ, ତେଣୁ ବାବୁଙ୍କ କଥା ମାନିବାକୁ ପଡିବ । ଏହାରି ଭିତରେ ଏହି କଥାକୁ କେହି ବ୍ୟକ୍ତି ପୁଲିସ ଡିଜି ଶ୍ରୀଯୁକ୍ତ ଅଭୟଙ୍କୁ ଲେଖି ଜଣାଇଦେଲା । ତାପରେ ହଠାତ ଏନେଇ ଏକ ତଦନ୍ତ ଲାଗି ରାଉରକେଲା ପୁଲିସ ଜିଲ୍ଲାର ଜଣେ ଅତିରିକ୍ତ ଏସପିଙ୍କୁ ଡିଜି ମୋହଦୟ ଚିଠି ପଠାଇଦେଲେ । ସେତେବେଳେ ଅବଶ୍ୟ ଏସପି ଛୁଟିରେ ଥିଲେ, ଅତିରିକ୍ତ ଏସପି ଏନେଇ ତଦନ୍ତ କରି ଘଟଣା ସତ ବୋଲି ରିପୋର୍ଟ ପଠାଇଦେବା କ୍ଷଣି କଥା ପ୍ରଘଟ ହୋଇଗଲା । କାଳେ କଥା ଆଗକୁ ବଢିବ , ତେଣୁ ସଂପୃକ୍ତ ବାବୁ କୁଆଡେ ଖବର ପାଇ ପୁଣି ଜଣ ଜଣ କରି ସବୁ ହୋମ ଗାର୍ଡଙ୍କୁ ଡାକି କୁଆଡେ ସେହି ଟଙ୍କା ଫେରାଇଥିବାର ଖବର ମିଳିଛି । ଏହି କଥା ଏବେ ପୁଲିସ ଜିଲ୍ଲାରେ ଆଲୋଚନାର ବିଷୟ ହୋଇଛି । ଏତେ ଲୋଭ କାହିଁକି? ସବୁ ବେଳେ ପୁଲିସ ବିରୋଧରେ ଥାନାରୁ ଅଭିଯୋଗ ଆସିଥାଏ ପୁଲିସ ପଇସା ଖାଇଲା, ଡିଏସପି ଅଫିସ କଲେ ସେଠି ନୂଆ ଚୌକି, ଟିଭି, ଏସି, ଆଦି ମାଗଣାରେ ଲଗାଇଲେ କେମିତି ଆଦି ଅଭିଯୋଗ ହୋଇଥାଏ । ତେବେ ଏହି ଘଟଣା ଏମିତି ଯେ, ମାତ୍ର ୯ହଜାର ଟଙ୍କା ଦରମା ପାଇ ନିଜର ପରିବାର ଅତି କଷ୍ଟତରେ ଚଳାଉଥିବା ଆମର ପୁଲିସ କର୍ମଚାରୀ ମାନଙ୍କ ଦରମା ଉପରେ ମଧ୍ୟ କିଛି ବାବୁଙ୍କର ନଜର ରହିଛି ତାହା ମଧ୍ୟ ପଦାକୁ ଆସିଲା । ଯେତେ ମିଳିଲେ ବି ପେଟ ପୁରୁନି କିଛି ଲୋକଙ୍କର,ଅନ୍ୟର ରକ୍ତ ନଶୋଷିଲେ କିଛି ଲୋକଙ୍କର ବୋଧେ ହଜମ ହୁଏ ନାହିଁ ବୋଲି ଏବେ ନୁଆ ପରିଚୟ ସୃଷ୍ଟି ହେଲା ବୋଲି ଆଲୋଚନା ଚାଲିଛି । ବଡ କଥା ହେଲା ଏନେଇ ତଦନ୍ତ ବେଳେ,ଅନେକ ହୋମ ଗାର୍ଡ ନିଜ ନାମ ଗୋପନ ରଖି ସବୁି କଥା ସିନା କହିଲେ,କିନ୍ତୁ ଚାକିରୀ କାଳେ ଚାଲିଜିବ ସେ ଭୟରେ କୁଆଡେ ଏଯାଏ ନୀରବ ଥିଲେ ବୋଲି କହିଛନ୍ତି । ଯଦି କଥା ଏଇଆ, ଖୋଦ ଡିଜି ମୋହଦୟ ସବୁ ଜାଣିଲେ, ତେବେ କର୍ଯ୍ୟାନୁଷ୍ଠାନ କେବେ ହେବ ବୋଲି ଆଲୋଚନା ଚାଲିଛି । କାରଣ ନିୟମ ଅନୁଶାରେ ଜଣେ ଏନେଇ ଅଭିଯୋଗ କରିସାରିଛି ,ଦୋଷୀ ମଧ୍ୟ ପଇସା ଫେରାଇ ତାର ଦୋଷ ସ୍ୱୀକାର କରି ସାରିଛି , କେବଳ ଦଣ୍ଡ ବିଧାନକୁ ବିଳମ୍ବ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ହେଉଛି ।