ଆଗକୁ ନାଗାର୍ଜୁନ ବେଶ ଅଛି ବୋଲି ପ୍ରଶାସନର ହାଣ୍ଡି ଭାଙ୍ଗୁଛି |ଯଦି ସମ୍ଭାଳି ପାରିବ ନାହିଁ ତେବେ ଦରମା କଣ ପାଇଁ ନେଇ ବସିଛ |ତେଣୁ ଆମର ପ୍ରଥମ ଦାବୀ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯାଉ ଏବଂ ନାଗାର୍ଜୁନ ବେଶ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଉ |ନାଗାର୍ଜୁନ ବେଶ କାହା ସ୍ୱାର୍ଥରେ ହେଉଛି |ଯଦି ନ ଖୋଲିଵେ ଏଠି ଅନୁଭବ କରିବା ଦରକାର ଯେ ମୁଖ୍ୟମନ୍ତ୍ରୀ ଯେଉଁ ଆସିଥିଲେ କଣ ଦେଖିଲେ, ମୁଖ୍ୟମନ୍ତ୍ରୀ କଣ ଚାଲିବାକୁ ଭଲ ପାଆନ୍ତି |ଆମେ ସମସ୍ତେ ଜାଣିଛେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଲିବାକୁ ଭଲ ପାଆନ୍ତି ନାହିଁ |ବାଇଶି ପାହାଞ୍ଚ ଉଠିବାକୁ ଭଲ ପାଆନ୍ତି ନାହିଁ ଏହି ସିଂହଦ୍ୱାର ସମ୍ମାନାରୁ ପତିତପାବନ ଙ୍କୁ ଦର୍ଶନ କରି ପଳାନ୍ତି |ଦେଉଳ ଚାରିପଟେ ସେ ବୁଲିଲେ ତା ମାନେ ମହାପ୍ରଭୁ ତାଙ୍କୁ ଆଣିଲେ |ଯଦି ଓଡିଶା ର ଇଞ୍ଜିନ ଟା ଦେଉଳ ଚାରିପଟେ ବୁଲିଲା ବା ଓଡିଶା ର ମୁଣ୍ଡ ଦେଉଳ ଚାରିପଟେ ପରିକ୍ରମା କରିପାରିଲା ତାହେଲେ ଦାସିଆ ବାଉରୀ ମଧ୍ୟ କରିପାରିବ ଏହା ଅନୁଭବ କରିବା ଦରକାର |ସେହିଭଳି କେନ୍ଦ୍ରମନ୍ତ୍ରୀ ଙ୍କୁ ମହାପ୍ରଭୁ ଡକାଇଲେ ଅରୁଣ ସ୍ତମ୍ଭ କୁ ଆସ ତମେ ଅରୁଣ ସ୍ତମ୍ଭକୁ ଆସିଲେ ତମକୁ କେଉଁ ପୋଲିସ ରୋକିବେନି କି ମୁଖ୍ୟମନ୍ତ୍ରୀ ଆସିଲେ ତାଙ୍କୁ ମଧ୍ୟ ରୋକିବେନି, ଆପଣ ମାନେ ଯଦି ଆସିପାରିଲେ ତାହେଲେ ସାଧାରଣ ଲୋକ ଆସିପାରିବେ ଏହା ଅନୁଭବ କରୁନାହାନ୍ତି |
ଏହି ପ୍ରତିବାଦ କରି ଶ୍ରୀଜଗନ୍ନାଥ ସେନାର ଆବାହକ ଶ୍ରୀ ପଟ୍ଟନାୟକ ଦାବୀ କରିଛନ୍ତି ଶ୍ରୀମନ୍ଦିର ଖୋଳାଯାଉ |ଆପଣ ଯେତେ ଟ୍ରେନ, ବସ ଚଳାଚଳ କଲେ, ନିର୍ବାଚନ କଲେ ବା ସ୍ୱର୍ଗଦ୍ୱାର ଖୋଲିଲେ କିଛି ହେବନାହିଁ କିନ୍ତୁ ଯେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଖୋଲାଯାଇ ନାହିଁ ସେ ପର୍ଯ୍ୟନ୍ତ ଅର୍ଥନୀତି ଆସିବ ନାହିଁ କି ଲୋକମାନେ ଖାଇବାକୁ ପାଇବେ ନାହିଁ |ଶ୍ରୀମନ୍ଦିର ଖୋଲିବା ପ୍ରଥମ ଦାବୀ, ଯଦି ଶ୍ରୀମନ୍ଦିର ନ ଖୋଲିବେ ଆପଣଙ୍କ ଦମ ପାଉନି ତେବେ ଆପଣ ଦୟାକରି ମନ୍ଦିର ଚାରିପାଖରେ କାର୍ତିକ ମାସରେ କିପରି ବେଢା ପରିକ୍ରମା କରିବେ ଭକ୍ତମାନେ ସୁଯୋଗ ଦିଅନ୍ତୁ ଏବଂ ଏଠି ଶହେ ଫୁଟର ରାସ୍ତା ଖୋଲିକରି ଏତେ ଜାଗା କାହାପାଇଁ ନେଇଛନ୍ତି |କିଛିନହେଲେ ଅରୁଣ ସ୍ତମ୍ଭ ପାଖକୁ ଛାଡ଼ନ୍ତୁ କିମ୍ବା ବାଇଶି ପାହାଞ୍ଚ ର ପ୍ରଥମ ପାହାଞ୍ଚ ପର୍ଯ୍ୟନ୍ତ ଛାଡ଼ନ୍ତୁ |ନହେଲେ ଆଗାମୀ ଦିନରେ ଲଢେଇ ହେବ, ପୁରୀ ବନ୍ଦ ଡାକରା ଦିଆଯିବ ଏବଂ ଏହି ଲଢେଇ ପାଇଁ ନବୀନ ପଟ୍ଟନାୟକ ଦାୟୀ ରହିବେ ଅନ୍ୟ କେହି ଦାୟୀ ରହିବେ ନାହିଁ |ଆମ୍ଭ ୨୪ ଘଣ୍ଟା ର ସମୟ ବା ସୋମବାର ମଧ୍ୟରେ ଆପଣ ମାନେ ତୁରନ୍ତ ନିଷ୍ପତ୍ତି ନିୟନ୍ତୁ କାରଣ ଦେବସଭା ହେବ, ଠାକୁରାଣୀ ମାନଙ୍କ ମେଢ଼ ଆସିବ ଏବଂ ଦେବସଭା ଖୋଲିବାକୁ ପଡିବ |ଆପଣ ଧର୍ମ କଥାଟାକୁ ଶିଖୁ ନାହାଁନ୍ତି ବା ଜାଣୁନାହାଁନ୍ତି ଖାଲି କେଉଁଆଡୁ ପଳେଇ ଆସୁଛନ୍ତି ଅନ୍ୟ ରାଜ୍ୟରୁ ଅଫିସର ହେଇ ବସିପଡୁଛନ୍ତି କିନ୍ତୁ ଧାର୍ମିକ ଭାବନା ତିଳେ ମାତ୍ର ନାହିଁ |ତେଣୁ ବଗଲା ଧର୍ମଶାଳା କେଶରେ ମାନ୍ୟବର ହାଇକୋର୍ଟ ଜଶଶ୍ରୀ ହୁଅନ୍ତୁ କାରଣ କାଲି ରାତିରେ ମାନ୍ୟବର ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି ଏହି ଜମିବିକ୍ରି ବେଆଇନ କାରଣ ଜିଲ୍ଲାପାଳଙ୍କୁ ଆମର କହିବା କଥା ଆପଣ ଏତେ ପାଠ ପଢ଼ିଛନ୍ତି, ଆପଣ ଯଦି ବେଆଇନ କରିଛନ୍ତି ଆପଣ ମଧ୍ୟ ବନ୍ଧା ହେବେ |
” ଆପଣ ମୁଣ୍ଡରେ ଏତେ ବୁଦ୍ଧି, ଏତେ ବାଳ “
“ଯଦି ଆପଣ ବେଆଇନ କରିବେ ପଡିବ କାଳ “
“କେହି ନଥିବେ ପୋଛିବାକୁ ପାଟିର ଲାଳ ଓ ଦେହର ଝାଳ “