ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)-୧୩ର ଗୁରୁବାର ମ୍ୟାଚରେ ପରାଜୟପରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ସ୍ମିଥ କହିଛନ୍ତି ଯେ ତାଙ୍କ ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା ।
ସେ କହିଛନ୍ତି ଯେ ତାଙ୍କର ଟିମ ଆରମ୍ଭ ଠିକ ଭାବେ କରିଥିଲା । ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ସମ୍ମୁଖରେ ୧୫୫ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା । ହାଇଦ୍ରାବାଦ ୨ ୱିକେଟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା ।
ରାଜସ୍ଥାନ ଆରମ୍ଭରୁ ୨ଟି ୱିକେଟ ନେଇ ହାଇଦ୍ରାବାଦକୁ ସଂକଟରେ ପକାଇ ଦେଇଥିଲା । କିନ୍ତୁ ମନୀଷ ପାଣ୍ଡେ ଓ ବିଜୟ ଶଙ୍କର ଶତକୀୟ ଭାଗିଦାରୀ ବଳରେ ଟିମକୁ ୮ୱିକେଟରେ ବିଜୟ ଦେଇଥିଲେ । ପାଣ୍ଡେ ଅପାରଜିତ ୮୩ ରନ ଓ ଶଙ୍କର ଅପରାଜିତ ୫୨ ରନ ସଂଗ୍ରହ କରିଥିଲେ । ଉଭୟ ବ୍ୟାଟ୍ସମ୍ୟାନ ୩ୟ ୱିକେଟ ପାଇଁ ୧୪୦ ରନ ଯୋଡ଼ିଥିଲେ ।
ମ୍ୟାଚ ପରେ ସ୍ମିଥ କହିଥିଲେ, ମୁଁ ଭାବୁଛି, ଆମେ ଭଲ ଭାବେ ଆରମ୍ଭ କରିଥିଲୁ । ଜୋଫ୍ରା ଆର୍ଚ୍ଚର ୨ ୱିକେଟ ନେଇ ଭଲ କାମ କରିଥିଲେ । କିନ୍ତୁ ଆମେ ଏହାକୁ ଜାରି ରଖିପାରିଲୁ ନାହିଁ । ଆର୍ଚ୍ଚର ତୃତୀୟ ଓଭର ବୋଲିଂ କରିବାର ଥିଲା । ମୁଁ ମଧ୍ୟ ଏହାକୁ ଭାବୁଥିଲି ।