ସାନଖେମୁଣ୍ଡି: ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ସାନଖେମୁଣ୍ଡି ନିର୍ବାଚନ ରେ କରୋନା ସଚେତନତା ଅଭିଯାନର ଯାତ୍ରା ଅନୁଷ୍ଠିତ ହୋଇଛି । ସାନଖେମୁଣ୍ଡି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପହଂଚି ସାଧାରଣ ଜନତାଙ୍କୁ କରୋନା ବିରୁଦ୍ଧରେ କିଭଳି ଭାବେ ଲଢେଇ ତାହା ଉପରେ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ନିଜ ମତ ପ୍ରକାଶ କରିଥିଲେ । ଗ୍ରାମ ଗ୍ରାମ ବୁଲି ଲୋକଙ୍କୁ ମାସ୍କ ପରିଧାନ , ବାରମ୍ବାର ହାତକୁ ସାନିଟାଇଜ କରିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏସ ଗୋପାଳପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଆରମ୍ବ ହୋଇଥିବା ଏହି ସଚେତନତା ପଦଯାତ୍ରା ପାଇକ ରାମଚନ୍ଦ୍ର ପୁର , ଜୁଉରା, ଗାଙ୍ଗପୁର, ଚୁଡୁଙ୍ଗପୁର , ଆମ୍ବଗା ,ମୌଲାଭଣଜା ପଂଚାୟତ ପରିକ୍ରମା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକ ଶ୍ରୀମତୀ ନନ୍ଦିନୀ ଦେବୀ,ରାଜ୍ୟ ପରିଷଦ ସଭ୍ୟ ଶ୍ରୀ ଯୋଗେନ୍ଦ୍ର ସ୍ୱାଇଁ,ଗୋବିନ୍ଦ ସ୍ୱାଇଁ, ଅନ୍ତର୍ଯ୍ୟାମୀ ସ୍ୱାଇଁ, ବ୍ଲକ ସଭାପତି ଧୋବା ସ୍ୱାଇଁ,ଶଙ୍କର୍ଷଣ ସ୍ୱାଇଁ, ସମିତି ସଭ୍ୟ ଅମିନ ପ୍ରଧାନ, ପୋଡାମରି ସରପଞ୍ଚ ସନ୍ତୋଷ ବିଷୋୟୀ ବିଜୁ ଜନତା ଦଳର ସମସ୍ତ କର୍ମୀ ମିଳିତ ଭାବେ ଜନସାଧାରଣଙ୍କୁ ପାଞ୍ଚସୁତ୍ର ନିୟମ ପାଳନ କରିବା ସହ ବିଭିନ୍ନ ପଞ୍ଚାୟତର ସମସ୍ତ ଗ୍ରାମକୁ ଗସ୍ତ କରି ଲୋକଙ୍କୁ ମାସ୍କ ବଣ୍ଟନ କରିବା ସହ ସାମାଜିକ ଦୂରତା ରଖିବା, ହାତ ଧୋଇବା, ମାସ୍କ ପିନ୍ଧିବା ଆଦି ବିଷୟ ସଚେତନତା କରିଛନ୍ତି ।
ରିପୋର୍ଟ: ପ୍ରଫୁଲ୍ଲ ସାବତ