
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଗୁରୁବାର ଆଶ୍ଵିନ ଶୁକ୍ଳ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଭାବେ ଶାରଦୀୟ ତ୍ରିଦିନାତ୍ମକ ପୂଜା ଆରମ୍ଭ ହୋଇଛି । ତା୨୩.୧୦.୨୦ ଶୁକ୍ରବାର ମହା ଅଷ୍ଟମୀ ,ତା୨୪.୧୦.୨୦ ଶନିବାର ମହା ନବମୀ ହେତୁ, ଏହି ତିନି ଦିନ ରାତ୍ର ପହୁଡ଼ ପରେ ପଶ୍ଚିମ ଦ୍ୱାର ବାଟେ ସଂକୁଡ଼ି ଭୋଗ ପାଇଁ ଜିନିସାତ୍ ଆସିଥାଏ । ମା ବିମଳାଙ୍କ କୂଅ ପଛ ଭାଗରେ ଅସ୍ଥାୟୀ ରୋଷ ଘରେ ସଂକୁଡ଼ି ଭୋଗ ରନ୍ଧା ଯାଇଥାଏ । ପରେ ପାଣି ପଡି ଭୋଗ ଛାମୁକୁ ଯାଇଥାଏ ।ଏହା ପରେ ପ୍ରାୟ ରାତ୍ର ପହିଲା ବେଳକୁ ସମସ୍ତ ସଂକୁଡ଼ି ଭୋଗ ପଶ୍ଚିମ ଦ୍ୱାର ବାଟେ ବାହାରକୁ ଯିବା ପରେ, ଚୁନ ପାଣି ପକାଯାଇ ଶ୍ରୀମନ୍ଦିର ଦୁଆର ଫିଟାଯାଏ । ସୂଚନାଯୋଗ୍ୟ ଉକ୍ତ ଷୋଡଶ ପୂଜାରେ କୌଣସି ସ୍ତ୍ରୀ ଲୋକ ବିମଳାଙ୍କ ମନ୍ଦିର ଭିତରକୁ ଯାଇପାରିବେ ନାହିଁ । ଉକ୍ତ ୧୬ ଦିନ ମାନଙ୍କରେ ପଡୁଥିବା ଗୁରୁବାରେ ଏକାନ୍ତ ନୀତି ହୁଏ ନାହିଁ । ଆଜିଠାରୁ ପୂଜା ତିନି ଦିନ ଭଣ୍ଡାରରେ ଆୟୁଧ ମାନ ପୂଜାରେ ବସିଥାନ୍ତି |ଏହି ସୂଚନା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ପ୍ରଦାନ କରାଯାଇଛି |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO