ଭଞ୍ଜନଗର ରୁ ଜୟକୃଷ୍ଣ ପଟ୍ଟନାୟକ ଙ୍କ ରିପୋର୍ଟ
Related Stories
November 23, 2024
ଭଞ୍ଜନଗର, ଆଜି ଓଡିଶା ସରକାର ଙ୍କ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଭଞ୍ଜନଗର ଗସ୍ତ କରି ଭଞ୍ଜନଗର ବ୍ଲକ 195 ଏଵଂ ବିଜ୍ଞାପିତ ଅଞ୍ଚଳ ପରିଷଦର 122 ଜଣ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରିଛନ୍ତି | ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଭଞ୍ଜନଗର ବ୍ଲକ ର ଛଅ ଗୋଟି ଗ୍ରାମ ପଂଚାୟତ ର ହିତାଧିକାରୀ ଙ୍କୁ ଭତ୍ତା ପ୍ରଦାନ କରିଛନ୍ତି | ବାଇବେଲି ପଂଚାୟତ ର 19 ଜଣଙ୍କୁ, ଦଦରଲୁଣ୍ଡା ପଂଚାୟତ ର 55 ଜଣ, ଡିହପଢାଳ ର 45 ଜଣ, ଲାଲସିଂ ର 21 ଜଣ, ମୁଜାଗଡ଼ ର 36 ଜଣ ଏଵଂ ଗୁଣ୍ଡରିବାଡି ପଂଚାୟତ ର ଯଥାକ୍ରମେ 19 ଜଣ ହିତାଧିକାରୀଙ୍କୁ ମାନ୍ୟବର ମନ୍ତ୍ରୀ ଭତ୍ତା ପ୍ରଦାନ କରିଛନ୍ତି |ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼, ବିଡିଓ ଅନିଲ କୁମାର ସେଠୀ, ତହସିଲଦାର ଆଲୋକ କୁମାର ପ୍ରଧାନ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ବି. ଏସ. ଏସ. ଓ ମମିତା ପ୍ରଧାନ ସମେତ ଅନ୍ୟ କର୍ମ କର୍ତ୍ତା ମାନେ ଉପସ୍ଥିତ ଥିଲେ |
ଭଞ୍ଜନଗର ରୁ ଜୟକୃଷ୍ଣ ପଟ୍ଟନାୟକ ଙ୍କ ରିପୋର୍ଟ