
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ପୁରୀର ପୁରାତନ ହାଇସ୍କୁଲ ବିଶ୍ବମ୍ବର ବିଦ୍ୟାପୀଠର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ଵର୍ଗତ ପଦ୍ମନାଭ ଦାଶଙ୍କ ୯୮ତମ ଜନ୍ମ ଜୟନ୍ତୀ ସ୍କୁଲର ପୁରାତନ ଛାତ୍ର ସଂସଦ ତଥା ୧୯୭୨ ବର୍ଷର ଛାତ୍ର ସଂଘର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ କୋଭିଡ଼ ନିୟମ ଅବଲମ୍ବନରେ ପାଳିତ ହୋଇଯାଇଛି । ପ୍ରଥମେ ସର୍ଗତ ପଦ୍ମନାଭ ଦାଶ, ମହନ୍ତ ବିଶ୍ବମ୍ବର ଦାସ ଓ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୃତିରେ ମାଲ୍ୟାର୍ପଣ ତଥା ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା । ତା’ପରେ ବିଦ୍ୟାଳୟର ପରିଷଦରେ ଥିବା ବିଜ୍ଞାନ କ୍ଷାଳୟରେ କିଛି ପ୍ରାକ୍ତନ ଛାତ୍ର ଓ ଶିକ୍ଷକଙ୍କୁ ନେଇ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପୁରାତନ ଛାତ୍ର ସଂସଦର ସଭାପତି ଶ୍ରୀ ବାନାମ୍ବର ପାତ୍ର ଅଧ୍ୟକ୍ଷତା କରିଥିଲେ । ଏହି ସଭାରେ ପ୍ରାକ୍ତନ ଶିକ୍ଷକ ଶ୍ରୀ ଗୋପୀନାଥ ଦାଶଙ୍କ ସହିତ ଛାତ୍ର ସଂସଦର ଉପସଭାପତି ଶ୍ରୀ ଅଜିତ୍ କୁମାର ରାୟ,କୋଷାଧ୍ୟକ୍ଷ ଶ୍ରୀ ବିରେନ୍ଦ୍ର ଶାସ୍ତ୍ରୀ, ସମ୍ପାଦକ ଶ୍ରୀ ସୌମେନ୍ଦ୍ର ଦାସ, ୭୨ ବ୍ୟାଚର ପ୍ରତିନିଧି ଶ୍ରୀ ରବୀନ୍ଦ୍ର ସେନାପତି ଓ ଶ୍ରୀପ୍ରଦୀପ ପଟ୍ଟନାୟକ ମଞ୍ଚାସୀନ ଥିଲେ । ପ୍ରଥମେ ପ୍ରଥିତଯଶା ଶିକ୍ଷକ ପଦ୍ମନାଭ ଦାଶଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ଯାଇଥିଲା । ଅତିଥିମାନେ ସ୍ୱର୍ଗତ ଦାଶଙ୍କ ସ୍ମୃତିଚାରଣ କରି ତାଙ୍କ ଭଳି ଆଦର୍ଶ ଶିକ୍ଷକ ଆଜିକାର ସମାଜରେ ବିରଳ ବୋଲି ମତ ପ୍ରକାଶ କରିଥିଲେ । ତାଙ୍କର ଛାତ୍ରବତ୍ସଳତା, ଶିକ୍ଷକ ଭାବରେ କର୍ତ୍ତବ୍ୟବୋଧ,ତ୍ୟାଗ,ସଚୋଟତା ତଥା ସ୍ଵତନ୍ତ୍ର ଶିକ୍ଷାଦାନ ପଦ୍ଧତି ମାଧ୍ୟମରେ ବିଦ୍ୟାଳୟରେ ଉନ୍ନତ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ ଥିଲା । ତାଙ୍କ ପ୍ରଚେଷ୍ଟାରେ ବିଶ୍ବମ୍ବର ବିଦ୍ୟାପୀଠର ସୁନାମ ସାରା ଓଡ଼ିଶାରେ ବ୍ୟାପ୍ତ ହୋଇଥିଲା । ଶିକ୍ଷାଦାନ ତଥା ସ୍କୁଲ ପରିଚାଳନା ପଦ୍ଧତି ଉଭୟ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ପ୍ରତିପାଦିତ ହୋଇଥିଲା ।
ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ବିଜୟ ରାମାନୁଜ ଦାସ ଓ ଶ୍ରୀ ସଚ୍ଚିଦାନନ୍ଦ ଦାସ ପ୍ରମୁଖ ବକ୍ତବ୍ୟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପୁରାତନ ଛାତ୍ର ସଂସଦର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ବ୍ରଜବନ୍ଧୁ ମହାରଣା, ସହ ସମ୍ପାଦକ ଶ୍ରୀ ତନ୍ମୟ ଚାଟାର୍ଜୀ, ଶ୍ରୀ ଦେବାଶୀଷ ମିଶ୍ର, ଶ୍ରୀ ପ୍ରଦୀପ ମହାନ୍ତି, ଶ୍ରୀ ସୁଦର୍ଶନ ଦାସମହାପାତ୍ର, ଶ୍ରୀ ଶ୍ୟାମସୁନ୍ଦର ମହାପାତ୍ର , ଶ୍ରୀ ମନୋରଞ୍ଜନ ଦାସ, ଶ୍ରୀ ସନ୍ତୋଷ ସାହୁ, ସଂଗ୍ରାମ ନୁନ୍ଗୋ ପ୍ରଭୃତି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ଅରବିନ୍ଦ ଦାସ ଓ ଦିବାକର ଦଳେଇ ପ୍ରମୁଖ ସହଯୋଗ ଥିଲେ ଓ ୭୨ ବ୍ୟାଚର ଛାତ୍ର ଦେବୀ ପ୍ରସନ୍ନ ନନ୍ଦ ସଭାକାର୍ଯ୍ୟ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO