(ଅଯୋଧ୍ୟା କାଣ୍ଡ)ର
-ସୁମନ୍ତ ଅଯୋଧ୍ୟା ଫେରିବା ଓ ସର୍ବତ୍ର ଶୋକ ଦେଖିବା,
-ଦଶରଥ -ସୁମନ୍ତ ସମ୍ବାଦ ଓ ଦଶରଥ ମୃତ୍ୟୁ,
-ମୁନି ବଶିଷ୍ଠ ଭାରତଙ୍କୁ ଡାକିବା ପାଇଁ ଦୂତ ପଠାଇବା,
-ଶ୍ରୀ ଭରତ ଓ ଶତ୍ରୁଘ୍ନ ଆଗମନ ଓ ଶୋକ,
-ଭରତ -କୌଶଲ୍ୟା ସମ୍ବାଦ ଏବଂ ଦଶରଥଙ୍କ ଶେଷକୃତ୍ୟ,
-ବଶିଷ୍ଠ – ଭରତ ସମ୍ବାଦ, ଶ୍ରୀରାମ ଜୀଙ୍କୁ ବନବାସ ରୁ ଫେରାଇ ଆଣିବା ପାଇଁ ପ୍ରୟାସ,
-ଅଯୋଧ୍ୟାବାସୀ ଙ୍କ ସହିତ ଶ୍ରୀ ଭରତ ଓ ଶତ୍ରୁଘ୍ନ ଙ୍କ ବନଗମନ,
-ନିଷାଦଙ୍କ ଶଙ୍କା ଓ ସାବଧାନି,
-ଭରତ -ନିଷାଦ ମିଳନ ଏବଂ ସମ୍ବାଦ, ଭରତ ଜୀ ଓ ନଗରବାସୀଙ୍କ ପ୍ରେମ,
-ଭରତଜୀ ପ୍ରୟାଗ ଗ୍ରସ୍ତ ଓ ଭରତ ଓ ଭରଦ୍ୱାଜ ସମ୍ବାଦ,
-ଭରଦ୍ୱାଜଙ୍କ ଦ୍ୱାରା ଭରତଙ୍କୁ ସତ୍କାର,
-ଇନ୍ଦ୍ର -ବୃହସ୍ପତି ସମ୍ବାଦ,
-ଶ୍ରୀ ଭରତ ଜୀ ଚିତ୍ରକୂଟ ଯିବା ରାସ୍ତାରେ,
ବନ ଗମନ |
ଏହି ଅବସରରେ ଶ୍ରୀରାମ ସୁନ୍ଦରକାଣ୍ଡ ସତସଙ୍ଗ ପରିବାର ସଦସ୍ୟ ମାନେ ଏକତ୍ରିତ ହୋଇ ନିଷ୍ଠାର ସହିତ କିପରି ସାରା ବିଶ୍ୱରୁ କରୋନା ମହାମାରୀ ଦୂର ହେଉ ଏବଂ ୬୧ ତମ ପୋଲିସ ଦିବସ ଅବସରରେ ଟ୍ରଷ୍ଟ ତରଫରୁ କରୋନା ଯୋଦ୍ଧା ଶହୀଦ ପୋଲିସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ ପୂର୍ବକ ଓ ଟ୍ରଷ୍ଟର ପ୍ରତିଷ୍ଠାତା ଓ ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଓ ସତସଙ୍ଗ ପରିବାରର ସଦସ୍ୟମାନେ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ |
ଗୋମାତା ଙ୍କ ସୁରକ୍ଷା ନିମନ୍ତେ ପ୍ରାର୍ଥନା କରିବା ସହିତ ପୂଜା ପାଠ କରିଥିଲେ |ଟ୍ରଷ୍ଟ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଓ ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଓ ସତସଙ୍ଗ ପରିବାରର ସଦସ୍ୟ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ରଜତ କୁମାର ପ୍ରତିହାରୀ,ଜ୍ୟୋତିଷ ଆଚାର୍ଯ୍ୟ ନିତ୍ୟାନନ୍ଦ କର,ଆଇନଜୀବୀ ଓ ଗୋ ସେବକ ସଂଗ୍ରାମ କେଶରୀ ଶତପଥି, ରାଜଲକ୍ଷ୍ମୀ ପ୍ରତିହାରୀ, ଉମାମଣୀ ମହାନ୍ତି, ବଳରାମ ମିଶ୍ର, କାର୍ତ୍ତିକ ପଣ୍ଡା, ସୌମ୍ୟ ରଞ୍ଜନ ଆଚାର୍ଯ୍ୟ, ଗଣେଶ୍ୱର ପଣ୍ଡା, ଦୁର୍ଗାପ୍ରସାଦ ମହାପାତ୍ର, ବନ୍ଦନା ମହାପାତ୍ର,ଲଷ୍ମୀପ୍ରିୟା ପଣ୍ଡା,ଅଞ୍ଜଳି ମୁଣ୍ଡ, ପୁରୁଷୋତ୍ତମ ପଣ୍ଡା,ଅର୍ଚ୍ଚନା ପଣ୍ଡା,ଶିବାନୀ ପଣ୍ଡା,ନଳିନୀ ରାୟଗୁରୁ, ଗୋବିନ୍ଦ ମହାପାତ୍ର, ମନୋଜ କୁମାର ପଣ୍ଡା, ବିଭୂ ପ୍ରସାଦ ପଣ୍ଡା, ନାରାୟଣ ପଣ୍ଡା, ଅର୍ପିତା ପ୍ରିୟଦର୍ଶିନୀ ପଣ୍ଡା, ସାଂନଭି ପଣ୍ଡା, ଘନଶ୍ୟାମ ବେହରା, ଦୀପକ କୁମାର ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ |
କରୋନା ମହାମାରୀର ସମସ୍ତ ନିୟମକୁ ପାଳନ କରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |